ମହାରାଷ୍ଟ୍ର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଜଳିଗଲେ ୧୦ ରୋଗୀ

110

କନକ ବ୍ୟୁରୋ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଏକ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟି ୧୦ ଶିଶୁଙ୍କ ମୃତ୍ୟୁ ହେବା ସହ ଏକାଧିକ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ମଧ୍ୟରାତ୍ରୀରେ ପାଖାପାଖି ୨ଟା ସମୟରେ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିବାରୁ ଏଭଳି ଘଟଣା ଘଟିଛି ।

 

ସୂଚନା ମୁତାବକ, ରାତି ପାଖାପାଖି ୨ଟା ସମୟରେ ହସ୍ପିଟାଲର ସିକ୍ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ନିଆଁ ଲାଗିବା ପରେ ଏହା ଅନ୍ୟା ୱାର୍ଡ ଗୁଡିକୁ ବ୍ୟାପୀ ଯାଇଥିଲା । ଫଳରେ ୧୦ ନବଜାତକଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୭ ନବଜାତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଦାୟୀତ୍ୱରେ ଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ନର୍ସ ଆଇସିୟୁର ଡୋର ଖୋଲିବା ବେଳକୁ ତାହା ଧୂଆଁରେ ଭରିଯାଇଥିଲା । ଉଦ୍ଧାର ପାଇଁ ଡାକିଥିଲେ ବି ପରିସ୍ଥିତିକୁ ଶିଘ୍ର ନିୟନ୍ତ୍ରଣ କରାଯାଇପାରିନଥିଲା । ଫଳରେ ଚାଲିଗଲା ୧୦ଟି କଅଁଳା ଜୀବନ ।

 

ସର୍ଟ ସର୍କିଟ ଯୋଗୁଁ ଏପରି ଘଟିଥାଇପାରେ ବୋଲି କୁହାଯାଉଥିବାବେଳେ ଯାଞ୍ଚ ଆରମ୍ଭ କାରିଛି ପୋଲିସ । ଏହି ଘଟଣାରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।ଏହି ଘଟଣାର ଯାଂଚ କରାଯାଇ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ।