ଛତିଶଗଡ଼ ବେମତରାରେ ବଡ଼ ଦୁର୍ଘଟଣା । କାରକୁ ଧକ୍କା ଦେଲା ପିକଅପ ଭ୍ୟାନ, ୧୦ ମୃତ ।ମୃତକଙ୍କ ମଧ୍ୟରେ ୫ ମହିଳା, ୩ ଶିଶୁ ।

୨୩ ଆହତ ଡାକ୍ତରଖାନାରେ ଭର୍ତ୍ତି

241

କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ବେମତରାରେ କାରକୁ ଧକ୍କା ଦେଲା ପିକ୍ଅପ୍ । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ରାୟପୁର ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏନଏଚ୍ରେ ଛିଡା ହୋଇଥିବା କାରକୁ ଧକ୍କା ଦେଇଥିଲା ପିକ୍ଅପ୍ । ପାରିବାରିକ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି ।