କନକ ବ୍ୟୁରୋ : ଛତିଶଗଡ ବେସେତରା ଜିଲ୍ଲାରେ ଶନିବାର ଦିନ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ବେରଲା ଠାରେ ଥିବା ବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ଏହାସହ ଅନେକ ଲୋକ ଏବେ ମଧ୍ୟ କୋଠାତଳେ ଚାପି ହୋଇ ରହିଥିବା କୁହାଯାଉଛି ।
ସୂଚନା ମୁତାବକ ଛତିଶଗଡର ବେସେତରା ଜିଲ୍ଲା ବେରଲା ନିକଟରେ ଥିବା ବାରଦୁ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣର ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କୁ ଆତଙ୍କିତ କରିଥିଲା । ବିସ୍ଫୋରଣର ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକ ବାରୁଦ କାରଖାନା ନିକଟରେ ପହଂଚି ଲୋକଙ୍କୁ ଉଦ୍ଧାର କରିବା ସହ ସ୍ଥାନୟ ପ୍ରଶାସନକୁ ଖବର ଦେଇଥିଲେ । ହେଲେ ଖବର ପାଇବାର ୩ ଘଂଟା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚିଥିଲେ । ଉଦ୍ଧାରକାରୀ ଦଳ ଆହାତ ଓ ଗୁରୁତରମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ଯେଉଁ କାରଖାନାରେ ବିସ୍ଫୋରଣ ହୋଇଛି ସେଠାରେ ୧୫-୨୦ ଜଣ ଲୋକ କାମ କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/Capture-36.jpg)