କୋଭିଡ ପାଇଁ ପାଠପଢା ପ୍ରଭାବିତ ହେଲା, ଖରାଛୁଟି କମିଲା । ଏଥର ଜୁନ ୬ରୁ ୧୬ ଖରାଛୁଟି । ମେ ପହିଲାରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ ।

117

କନକ ବ୍ୟୁରୋ: ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ । କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂଙ୍ଗ୍ ରିକଭରୀ ପ୍ଲାନ ବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି । ଯାହାକୁ ସକାଳୁଆ କ୍ଲାସରେ କାର୍ଯ୍ୟକାରୀ କରାଯିବ । ଏଥିସହ ସକାଳୁଆ କ୍ଲାସ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କିନ୍ତୁ ମେ’ ପହିଲାରୁ ଜୁନ୍ ୫ ତାରିଖ ଯାଏ ସକାଳ ୬ଟାରୁ ଟା ୯ଟା ଯାଏ ପାଠପଢା ହେବ । ପିଲାମାନଙ୍କୁ ସ୍କୁଲରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଆସନ୍ତା ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ନୂଆ ଆଡମିଶନ୍ ଅବା ରିଆଡମିଶନ ହେବ । ତେବେ ବିଏସଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁ ନବନ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ୍-ଟୁ ପରୀକ୍ଷା ଦେଇଥିବେ । ସେମାନଙ୍କର ପରୀକ୍ଷା ଫଳ ମେ ୧୦ ତାରିଖ ମଧ୍ୟରେ ପ୍ରକାଶ କରିବାକୁ କୁହାଯାଇଛି ।