ହତ୍ୟା ମାମଲାରେ ବାନ୍ଧିଲା ପୋଲିସ । ଲକଅପ୍ ରେ ରଖି ୧୦ ଦିନ ଯାଏଁ ଦୁଷ୍କର୍ମ କଲେ ୫ କର୍ମଚାରୀ

1,233

କନକ ବ୍ୟୁରୋ : ଘରେ ଯନ୍ତ୍ରଣା, ରାସ୍ତାରେ ଯନ୍ତ୍ରଣା, କାର୍ଯ୍ୟସ୍ଥଳୀରେ ଯନ୍ତ୍ରଣା । ଏସବୁ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଥାନାରେ ପହଂଚିଲେ ବି ଥାନା ବାବୁଙ୍କ ଦ୍ୱାରା ଦିଆଗଲା ଯନ୍ତ୍ରଣା । ଏ ଯନ୍ତ୍ରଣା ଥିଲା ଅତି ଅସହ୍ୟ । ଜଣେ ନୁହେଁ ୫ ଜଣ ପୋଲିସ ବାବୁ, ଦିନେ ନୁହେଁ ପୁର। ଦଶ ଦିନ । ପୋଲିସ ଲକଅପ୍ ରେ ରଖି ଦେଲେ ଯୌନ ନିର୍ଯ୍ୟାତନା । ଏମିତି କିଛି ଅଭିଯୋଗ ଆସିଛି ମଧ୍ୟପ୍ରଦେଶରୁ ।
ସୂଚନା ମୁତାବକ ମହିଳା ଜଣଙ୍କ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଭାବେ ବର୍ତମାନ ଜେଲରେ ଅଛନ୍ତି । ସେ ମଧ୍ୟପ୍ରଦେଶର ରେୱା ଜିଲ୍ଲାର ବାସିନ୍ଦା । ସେ ଏହି ମାମଲାରେ ଛନ୍ଦି ହୋଇ ଯେତେବେଳେ ଗିରଫ ହୋଇଥିଲେ  ସେତେବେଳେ ପୋଲିସ ତାଙ୍କୁ ଗିରଫ୍ କରିଥିଲା । ଏହାପରେ ସେ ଥାନାର ଲକଅପ୍ ରେ ଥିବା ବେଳେ ଥାନାର ବଡ ବାବୁଙ୍କ ସହ ୫ ଜଣ ପୋଲିସ ଅଧିକାରୀ ତାଙ୍କୁ ଲକଅପ୍ ରେ ରଖି ୧୦ ଦିନ ଯାଏ ଆମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଚଳିତ ବର୍ଷ ମଇ ମାସରେ ଘଟିଥିଲା ।

ଏବେ ସେ ଜେଲରେ ଥିବା ବେଳେ ଅକ୍ଟୋବର ୧୦ ତାରିଖ ଦିନ ଅତିରିକ୍ତ ଜିଲ୍ଲା ବିଚାରପତି ଓ ଓକିଲ ଟିମ୍ ଜେଲ୍ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ସେହି ୨୦ ବର୍ଷିୟ ମହିଳା ଜଣଙ୍କ । ମହିଳାଙ୍କ ଏଭଳି ଅଭିଯୋଗ ପରେ ଜିଲ୍ଲା ବିଚାରପତି ଏକ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ରେୱା ଏସପି ରାକେଶ ସିଂଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି । ସେପଟେ ଏସପି ରାକେଶ ସିଂ କହିଛନ୍ତି କି ସେ ଏପର୍ଯ୍ୟନ୍ତ ଅଦାଲତରୁ ଚିଠି ପାଇ ନାହାନ୍ତି ।
ଅନ୍ୟପଟେ ଏସପି ଆହୁରି ବି କହିଛନ୍ତି କି ମହିଳାଙ୍କ କହିବା ମୁତାବକ ତାଙ୍କୁ ମେ ୯ ରୁ ୨୧ ତାରିଖ ମଧ୍ୟରେ ବଳକ୍ରାର କରାଯାଇଛି । ହେଲେ ପୋଲିସ କହିଛି ଯେ ତାଙ୍କୁ ମେ ୨୧ ତାରିଖରେ ଗିରଫ୍ କରାଯାଇଥିଲା ।
ସୂଚନା ଥାଉ କି ମଙ୍ଗାୱାନ ପୋଲିସ ଷ୍ଟେସନ କ୍ଷେତ୍ରରେ ସୁଧା ବର୍ମା ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି ଅଭିଯୋଗରେ ମହିଳାଙ୍କୁ ଗିରଫ୍ କରାଯାଇଥିବା ବେଳେ ଥାନା ଲକଅପ୍ ରେ ୫ ଜଣ ପୋଲିସ ତାଙ୍କୁ ୧୦ ଦିନ ଧରି ବଳାକ୍ରାର କରିଥିଲେ । ଏହି ସମୟରେ ଜଣେ ମହିଳା ପୋଲିସ ଏହି ବଳାକ୍ରାରକୁ ବିରୋଧ କରିବାରୁ ଥାନା ବାବୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।

ଏନେଇ ସେ ଜେଲ ୱାର୍ଡେନଙ୍କୁ ପୂର୍ବରୁ କହିଥିବା କଥା ଜଜ୍ଙ୍କ ଆଗରେ କହିଛନ୍ତି । ହେଲେ ଜେଲରେ ବି ପୋଲିସ କର୍ମୀ ଥିବାରୁ ସମସ୍ତଙ୍କ ସାମ୍ନାରେ ଏସବୁ କହିବାକୁ ସେ ଭୟ କରିଥିଲେ ବୋଲି କହିଛନ୍ତି । ଅନ୍ୟପଟେ ପୋଲିସ ଅଧିକାରୀ ମାନେ ତାଙ୍କ ପିତାଙ୍କୁ ଏହି ମାମଲାରେ ଜଡିତ କରିବାକୁ ବାଧ୍ୟ କରିଥିଲେ । ସେ ୱାର୍ଡେନଙ୍କୁ ଏସବୁ ବାବଦରେ କହିଥିବା କଥା ୱାର୍ଡେନ ବି ସ୍ୱିକାର କରିଛନ୍ତି । ମାଜିଷ୍ଟେଟଙ୍କ ଉପସ୍ଥିତରେ ମହିଳାଙ୍କ ବକ୍ତବ୍ୟ ରେକର୍ଡ କରାଯାଇଛି । ଏହାର ଅଧିକ ତଦନ୍ତ କରିବାକୁ ଜିଲ୍ଲା ଏସପିଙ୍କୁ ଦାୟୀତ୍ୱ ଦିଆଯାଇଛି ।