ୟୁକେକୁ ଭାରତର ପାଲଟା ଜବାବ: ୟୁକେ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

131

କନକ ବ୍ୟୁରୋ: ୟୁକେ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲା ଭାରତ । ୟୁକେ ନାଗରକଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର । ଭାରତରେ ପହଞ୍ଚିବା ପରେ ୧୦ ଦିନ ଗୃହ ସଙ୍ଗରୋଧରେ ରହିବାକୁ ହେବ ବୋଲି କୁହାଯାଇଛି । ଭାରତ ସାର୍ଟିଫିକେଟକୁ ୟୁକେ ମାନୁନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ସେହିପରି ସଙ୍ଗରୋଧର ଅଷ୍ଟମ ଦିନରେ ଆରଟିପିସିଆର ପରୀକ୍ଷା କରାଇବାକୁ ପଡିବ । ଭାରତ ଆସୁଥିବା ବ୍ରିଟିଶ ନାଗରକି ପହଞ୍ଚିବା ମାତ୍ରେ ହିଁ ପରୀକ୍ଷା କରାଇବେ । ଦୁଇ ଡୋଜ ଟିକା ନେଇଥିଲେ ବି ପରୀକ୍ଷା କରାଇବେ ବ୍ରିଟିଶ ନାଗରିକ । ଅକ୍ଟୋବର ୪ରୁ ଏହି ନିୟମ ଲାଗୁ କରିବେ କେନ୍ଦ୍ର ସରକାର ।