କନକ ବ୍ୟୁରୋ: ଛତିଶଗଡରେ ଜବତ ହେଲା ବିପୁଳ ଟଙ୍କା । ଗୋଟିଏ କାର ଭିତରୁ ମିଳିଲା ୧୦ କୋଟି ୯୦ ଲକ୍ଷ ଟଙ୍କା । ସୂଚନା ମୁତବାକ ଏକ ଟୋୟଟା ଇଟିଅସ୍ କାର ଯୋଗେ କଟକରୁ ଛତିଶଗଡ ମହାସମୁନ୍ଦ ଦେଇ ଉତରପ୍ରଦେଶ ଆଗ୍ରାକୁ ଯାଉଥିବା ବେଳେ ପୋଲିସ ଜବତ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଯୁବକଙ୍କୁ ଅଟକ ରଖିି ପଚରା ଉଚୁରା କରୁଛି ସ୍ଥାନୀୟ ପୋଲିସ୍ ।
ମାଲକାନଗିରୀ ସୀମାନ୍ତ ଛତିଶଗଡ ମହାସମୁନ୍ଦ ଖଲ୍ଲାରୀ ଥାନାରେ ଅଟକ ଥିବା ୪ଜଣଙ୍କୁ ପଚରା ଉଚୁରାରୁ ଜଣାପଡ଼ିଛି ଯେ, ଅଗ୍ରା ବାସିନ୍ଦା ଅବଧେଶ ଅଗ୍ରୱାଲ କଟକକୁ ଏହି ଟଙ୍କା ଆଣିବା ପାଇଁ ୪ ଜଣଙ୍କୁ ପଠାଇଥିଲେ । ଏପରିକି ଏହା କେବଳ ଫୋନ୍ ଯୋଗେ ଟଙ୍କା କାରବାର ହେଉଥିବା ୪ ଅଟକ ରହିଥିବା ଅଭିଯୁକ୍ତ କହିଛନ୍ତି । ସେପଟେ ଟଙ୍କା କେଉଁଠାରୁ ଆସିଲା ତାହାର ଛାନ୍ ଭିନ୍ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/MALKANGIRI_00000.png)