କନକ ବ୍ୟୁରୋ : କଟକରୁ ଆଗ୍ରା ଯାଉଥିବା ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ । କେଉଁଠୁ ଆସୁଥିଲା କିଏ ନେଉଥିଲା ଟଙ୍କା ସେ ନେଇ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ତନାଘନା କରିବ । ଯେହେତୁ ଟଙ୍କା କଟକରୁ ଆସିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ସେଥିପାଇଁ ତଦନ୍ତ ଭାର ଇଓଡବ୍ଲ୍ୟୁକୁ ଦିଆଯାଇଥିବା ପୁଲିସ ଡିଜି କହିଛନ୍ତି । ଛତିଶଗଡ ପୁଲିସକୁ ତଦନ୍ତ ସଂମ୍ବନ୍ଧୀୟ ସମସ୍ତ ସହଯୋଗ କରୁଛୁ ବୋଲି ଡିଜି କହିଛନ୍ତି । କିଏ, କଣ ପାଇଁ ଓ କାହା ପାଖକୁ ଏତେ ଟଙ୍କା ନେଉଥିଲ । ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଆର ପି ଶର୍ମା ।
ସୂଚନାଯୋଗ୍ୟ, ଗତକାଲି ଛତିଶଗଡରେ ଏକ କାରରୁ ୧୦ କୋଟିରୁ ଅଧିକ ଟଙ୍କା ମିଳିଥିଲା । କାରରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଚାଲାଣ ହେଉଥିବାବେଳେ ପୋଲିସ ଜବତ କରିଛି । ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସେମାନଙ୍କ କହିବା କଥା, ଗତ ରବିବାର ସେମାନେ ଆଗ୍ରାରୁ ଗ୍ୱାଲିୟର ଏବଂ ଛତିଶଗଡ ଦେଇ କଟକ ଆସିଥିଲେ । କଟକରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଫାର୍ମ ହାଉସକୁ ନେଇଥିଲା । ସେଠାରେ ତାଙ୍କୁ ଟଙ୍କା ଦିଆଯାଇଥିଲା । କାରର ପଛ ସିଟରେ ଲକର କରାଯାଇ ଟଙ୍କା ରଖାଯାଇଥିଲା । ଟଙ୍କା ଆଣିବାକୁ ସେମାନଙ୍କୁ ପଠାଇଥିବା ଅବଧେଶ ଅଗ୍ରୱାଲ ଆଗ୍ରାର ବାସିନ୍ଦା ଏବଂ ତାଙ୍କର ସୁନା ବ୍ୟବସାୟ ରହିଛି ବୋଲି ପୋଲିସ ଆଗରେ ଅଟକ ଥିବା ୪ ଜଣ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/WhatsApp-Image-2019-02-19-at-3.53.15-PM-1.jpeg)
/kanak/media/post_attachments/wp-content/uploads/2019/02/MALKANGIRI_00000-300x169.png)