କନକ ବ୍ୟୁରୋ: ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପାଇଁ ବିଦ୍ୟାଳୟମାନଙ୍କରେ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଲାଣି । ଏପରିକି ଛାତ୍ରଛାତ୍ରୀଙ୍କୁ ଆର୍ଡମିଟକାର୍ଡ ବି ମିଳିସାରିଛି । ହେଲେ କେନ୍ଦ୍ରାପଡାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂଲ ଯୋଗୁଁ ଜଣେ ମେଧାବୀ ଛାତ୍ର ଏଯାଏଁ ଆର୍ଡମିଟକାର୍ଡ ପାଇନାହାନ୍ତି । ତେଣୁ ପରୀକ୍ଷା ଦେବାରୁ ବଂଚିତ ହେବେ ବୋଲି ଆଶଙ୍କା କରିଛନ୍ତି ଏହି ମେଧାବୀ ଛାତ୍ର ଜଣକ ।
କେନ୍ଦ୍ରାପଡା ରାଧାଗୋବିନ୍ଦ ନୋଡାଲ ବିଦ୍ୟାପୀଠର ଛାତ୍ର ମଂଟୁ ମଲ୍ଲିକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଥିଲେ । ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଦେଇଥିଲେ । ହେଲେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ନାମ, ବାପାଙ୍କ ନାମ ଓ ଫଟୋ ସଂପୂର୍ଣ୍ଣ ଭୂଲ ଦେଇଥିବାରୁ ମଂଟୁଙ୍କ ଆର୍ଡିମିଟକାର୍ଡ ଆସିନାହିଁ । ବିଦ୍ୟାଳୟର ଅନ୍ୟ ପିଲାମାନେ ଆର୍ଡମିଟକାର୍ଡ ପାଇ ସାରିଥିବା ବେଳେ ଏଯାଏଁ ମଂଟୁଙ୍କୁ ଆର୍ଡମିଟକାର୍ଡ ମିଳିନାହିଁ । ଜଣେ ମେଧାବୀ ଛାତ୍ର ବର୍ଷ ଯାକ ପରିଶ୍ରମ କରି ପାଠପଢି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଭୂଲ ତାଙ୍କ ଭବିଷ୍ୟତ ସହ ଖେଳ ନୁହେଁ କି?
ସାଧାରଣ ଲୋକ ଓ ଛାତ୍ରଙ୍କ ପରିବାରରେ ଏହାକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ସେ ପରେ ପରୀକ୍ଷା ଦେବେ । ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂଲ ଯୋଗୁଁ ଛାତ୍ର ଜଣଙ୍କ କାହିଁକି ତାଙ୍କ ସମୟ ନଷ୍ଟ କରିବେ? ଆଉ କେମିତି ପରେ ପରୀକ୍ଷା ଦେବେ? ତାଙ୍କର ଯେଉଁ ସମୟ ନଷ୍ଟ ହେବ ତା’ର ପାଉଣା କିଏ ଦେବ? ଏବେ ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BHUL.jpg)
/kanak/media/post_attachments/wp-content/uploads/2020/02/vlcsnap-2020-02-18-12h06m45s237.png)
/kanak/media/post_attachments/wp-content/uploads/2020/02/vlcsnap-2020-02-18-12h07m08s267.png)