କନକ ବ୍ୟୁରୋ : ଥିଏଟର ଦେଖିବାକୁ ଯାଇଥିବା ପିଲାମାନଙ୍କ ସହ ଘଟିଛି ବଡ ଦୁର୍ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଫାଶୀଗୁଡା ଗ୍ରାମରେ । ଏଠାରେ ଥିଏଟର ଚାଲିଥିଲା, ଓ ଛୋଟ ଛୋଟ ପିଲାମାନେ ଷ୍ଟେଜ୍ ତଳେ ବସି ଥିଏଟର ଦେଖୁଥିଲେ । ହାଠାତ ଷ୍ଟେଜ ତେଳ ଯାଇଥିବା ବିଦ୍ୟୁତ୍ ତାର ଲିକ୍ ହୋଇ ମାଟିରେ ବିଦ୍ୟୁତ ସରବରାହ ହୋଇଥିଲା । ଫଳରେ ତଳେ ବସିଥିବା ଶିଶୁମାନେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଏଥିରେ ୧୦ ଜଣ ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତର ଶିଶୁମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।