କନକ ବ୍ୟୁରୋ : ମମତା ମେହେର ନିଖୋଜ ଘଟଣାର ଅନେକ ସତ ଆଜି ସାମ୍ନାକୁ ଆସିଛି । ଏହି ଘଟଣାକ୍ରମରେ ଏବେ ୧୦ଟି ବଡ଼ ପ୍ରଶ୍ନ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇରହିଛି ।
୧. ଗଳିତ ମୃତଦେହ ମିଳିବା ସ୍ଥାନକୁ କେମିତି ପାଇଲା ପୋଲିସ ?
୨. ମୃତଦେହ ମମିତା ମେହେରଙ୍କ କି ?
୩. ସୁନା ଚେନ୍ ଓ ପାଉଁଜି ମମିତାଙ୍କର କି ?
୪. ମମିତାଙ୍କ ମୃତଦେହକୁ ପୋଡାଯାଇ ପୋତାଯାଇଥିଲା କି ?
୫. ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କୋର୍ଟ ଚାଲାଣ ନ କରି କାହିଁକି ୪ ଦିନ ରଖିଥିଲା ପୋଲିସ ?
୬. ଫେରାର ଓ ପାୱରକଟ୍ ଭିତରେ କୌଣସି ସମ୍ପର୍କ ଥିଲା କି ?
୭. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର କାହିଁକି ଗୋବିନ୍ଦ ସାହୁଙ୍କ ସ୍କୁଲକୁ ଯାଉଥିଲେ ?
୮. ସ୍କୁଲରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ନେଇ କ’ଣ ଜାଣିଥିଲେ ମମିତା ମେହେର ?
୯. ୮ ତାରିଖରେ ଅପହରଣ ପରେ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା କି ?
୧୦. ଗୋବିନ୍ଦଙ୍କ କଳାକାରନାମା ଜାଣିବା ପରେ ମମିତାଙ୍କୁ ହତ୍ୟା କରାଯାଇଥିଲା କି ?