ରାଜ୍ୟରେ ପୁଣି ଲାଗୁ ହେଲା କୋଭିଡ୍ କଟକଣା । ବିଭିନ୍ନ ଜିଲ୍ଲାକୁ ଫେରିଲା ନାଇଟ୍ କର୍ଫ୍ୟୁ । ନଜର ପକାନ୍ତୁ କଟକଣାର ୧୦ଟି ବଡ ଖବର ଉପରେ ।

421

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ପୁଣି ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହେବା ସହିତ ବିବାହ ଓ ଅନ୍ତିମ ସଂସ୍କାର ଉପରେବି କଟକଣା ଜାରି କରାଯାଇଛି । ଖାଲି ସେତିକି ନୁହେଁ, ସିନେମା ହଲ, ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣାମାନ କରାଯାଇଛି । ତେବେ ନଜର ପକାନ୍ତୁ ନାଇଟ୍ କର୍ଫ୍ୟୁର ୧୦ଟି ବଡ ଖବର ଉପରେ…

୧ – ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

୨ – ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ କର୍ଫ୍ୟୁ

୩ – ଗ୍ରାମାଞ୍ଚଳରେ ପୂର୍ବଭଳି ରାତି ୧୦ରୁ ସକାଳ ୬ ଯାଏଁ କଟକଣା

୪ – ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଲାଗୁ ହେଲା ନିୟମ

୫ – ରାଜ୍ୟର ବାକି ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରୀ କର୍ଫ୍ୟୁ

୬ – ଆସନ୍ତା ୧୯ ତାରିଖରେ ଆନ୍ତରାଜ୍ୟ ବସ ସେବା ବନ୍ଦ

୭ – ବିବାହରେ ସର୍ବାଧିକ ୫୦, ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି

୮ – ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

୯ – ଅଧା ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ

୧୦ – କର୍ଫ୍ୟୁ ପାଇଁ କୌଣସି ନିର୍ଦ୍ଧିଷ୍ଟ ପାସ୍ କିମ୍ବା ପରମିଟ୍ ପ୍ରଦାନ କରାଯିବ ନାହିଁ