କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ପୁଣି ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହେବା ସହିତ ବିବାହ ଓ ଅନ୍ତିମ ସଂସ୍କାର ଉପରେବି କଟକଣା ଜାରି କରାଯାଇଛି । ଖାଲି ସେତିକି ନୁହେଁ, ସିନେମା ହଲ, ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣାମାନ କରାଯାଇଛି । ତେବେ ନଜର ପକାନ୍ତୁ ନାଇଟ୍ କର୍ଫ୍ୟୁର ୧୦ଟି ବଡ ଖବର ଉପରେ...
୧ - ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ
୨ - ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ କର୍ଫ୍ୟୁ
୩ - ଗ୍ରାମାଞ୍ଚଳରେ ପୂର୍ବଭଳି ରାତି ୧୦ରୁ ସକାଳ ୬ ଯାଏଁ କଟକଣା
୪ - ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଲାଗୁ ହେଲା ନିୟମ
୫ - ରାଜ୍ୟର ବାକି ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରୀ କର୍ଫ୍ୟୁ
୬ - ଆସନ୍ତା ୧୯ ତାରିଖରେ ଆନ୍ତରାଜ୍ୟ ବସ ସେବା ବନ୍ଦ
୭ - ବିବାହରେ ସର୍ବାଧିକ ୫୦, ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି
୮ - ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ
୯ - ଅଧା ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ
୧୦ - କର୍ଫ୍ୟୁ ପାଇଁ କୌଣସି ନିର୍ଦ୍ଧିଷ୍ଟ ପାସ୍ କିମ୍ବା ପରମିଟ୍ ପ୍ରଦାନ କରାଯିବ ନାହିଁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/54-1.jpg)