ହଠାତ୍ ଫୁଟିଲା, ଆଖପାଖ ଥରି ଉଠିଲା । ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣର ୧୦ ବଡ଼ ଖବର...

ହଠାତ୍ ଫୁଟିଲା, ଆଖପାଖ ଥରି ଉଠିଲା । ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣର ୧୦ ବଡ଼ ଖବର...
କନକ ବ୍ୟୁରୋ: ରାଜଧାନୀରେ ପେଟ୍ରୋଲ ପମ୍ପରେ ବଡଧରଣର ଅଗ୍ନିକାଣ୍ଡ । ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବା ପରେ ଜୋରଦାର ବିସ୍ଫୋରଣ ହୋଇଛି । ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ କରି ଆକାଶକୁ ଉଡିଯାଇଥିଲା ଟାଙ୍କି । ଏଥିରେ ତେଲ ଟାଙ୍କି ତଥା ଏହାର ଆଖପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ତେବେ ରାଜଧାନୀ ଛାତି ଉପରେ ଘଟିଥିବା ବିସ୍ଫୋରଣର ୧୦ ବଡ଼ ଖବର କଣ ରହିଛି ଥରେ ପଢ଼ି ନିଅନ୍ତୁ...
ବିସ୍ଫୋରଣର ୧୦ ବଡ ଖବର
୧. ରାଜଭବନ ନିକଟ ପେଟ୍ରୋଲ ପମ୍ପ ଏଲପିଜି ଟାଙ୍କି ଫାଟିଲା
୨. ବିସ୍ଫୋରଣରେ ୧୦ରୁ ଅଧିକ ଲୋକ ଆହତ
୩. ଆହତଙ୍କୁ ମାଗଣା ଚିକିତ୍ସା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
୪. ସନ୍ଧ୍ୟା ଯାଏଁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ
୫. ରାଜଭବନର ୨ କିମି ମଧ୍ୟରେ ଥିବା ଲୋକଙ୍କ ପାଇଁ ପରାମର୍ଶ
୬. ଘରେ ରୋଷେଇ ଗ୍ୟାସର ବ୍ୟବହାର ନ କରିବାକୁ ପରାମର୍ଶ
୭. ଗ୍ୟାସ୍ ଅନଲୋଡିଂ ବେଳେ ନିଆଁ ଲାଗିଛି : ଅଗ୍ନିଶମ ଅଧିକାରୀ
୮. ଏଜି ଛକରୁ ରାଜଭବନ ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ ସିଲ୍
୯. ପାୱାର ହାଉସ ଛକରୁ ରାଜଭବନ ଛକ ସିଲ୍ କଲା କମିଶନରେଟ ପୋଲିସ
୧୦. ଘଟଣାସ୍ଥଳରେ ଫରେନ୍ସିକ ଟିମର ଯାଞ୍ଚ 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe