ରାଜ୍ୟ ପାଇଁ ଭଲ ଖବର । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୦, ୨୪୨ କରୋନା ଆକ୍ରାନ୍ତ

149

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୦ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୨୪୨ କରୋନା ପଜିଟିଭ । ତେବେ ଗତ କିଛି ଦିନ ରାଜ୍ୟରେ ସଂକ୍ରମଣ ମଧ୍ୟ ସ୍ଥିର ରହିଛି । ଆଜି ଗୋଟିଏ ଦିନରେ ୧୦,୩୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୧୮, ସନ୍ଦରଗଡରୁ ୯୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୮୮୭, ନବରଙ୍ଗପୁରରୁ ୨୯୧, ଝାରସୁଗୁଡାରୁ ୩୩୧, ଅନୁଗୁଳରୁ ୪୩୮, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୬୪୧, ନୂଆପଡାରୁ ୨୧୪, ପୁରୀରୁ ୭୦୭, ବରଗଡରୁ ୪୪୮, ଯାଜପୁରରୁ ୨୨୨, ବଲାଙ୍ଗିରିରୁ ୨୭୩, କେନ୍ଦୁଝରରୁ ୧୭୭, ଗଞ୍ଜାମରୁ ୧୯୫, ବାଲେଶ୍ୱରରୁ ୩୦୧, ଗଜପତିରୁ ୧୧୬, ରାୟଗଡାରୁ ୧୩୬, କଳାହାଣ୍ଡିରୁ ୪୬୫, ନୟାଗଡରୁ ୨୫୪, ସୋନପୁରରୁ ୧୭୯, ଜଗତସିଂହପୁରରୁ ୧୩୭, ଦେବଗଡରୁ ୧୩୬, କେନ୍ଦ୍ରାପଡାରୁ ୧୫୮, କୋରାପୁଟରୁ ୧୨୨, ଭଦ୍ରକରୁ ୧୦୦, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୯୪, ଢେଙ୍କାନାଳରୁ ୧୬୭ ଓ ବୌଦ୍ଧରୁ ୧୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।