କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଧର୍ମଘଟକୁ ପ୍ରୋତ୍ସାହିତ କଲେ ବର୍ଷେ ଜେଲ୍, ୫ ହଜାର ଟଙ୍କା ଜରିମାନା

627

କନକ ବ୍ୟୁରୋ : ଏଣିିକି କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଯଦି କୌଣସି ଧର୍ମଘଟ ପାଇଁ ସାଧରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ ତାହା ହେଲେ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥା ହେବ । ଯଦି ବେଆଇନ ଧର୍ମଘଟକକୁ କେହି ପ୍ରୋତ୍ସାହିତ କରେ କିମ୍ବା ତାକୁ ସମର୍ଥନ କରି ଆର୍ଥିକ ସହଯୋଗ କରେ ସେହି ବ୍ୟକ୍ତିଙ୍କୁ ୧ ବର୍ଷ ଜେଲ ଦଣ୍ଡ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତତ ଜରିମାନା ହେବ । ଉଭୟ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇ ପାରିବ ।

ଯଦି କୌଣସି ଧର୍ମଘଟରେ କୌଣସି କର୍ମଚାରୀ ଅଂଶ ଗ୍ରହଣ କରନ୍ତି ତାହା ବେଆଇନ ଅଟେ । ଅନ୍ୟକୁ ଧର୍ମଘଟ କରିବା ପାଇଁ ପ୍ରବର୍ତାଇଲେ ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ ୨୦୨୦ରେ ଏହି ବ୍ୟବସ୍ଥା ରହିଛି ।