କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ବର୍ଷେର୍ ଜେଲ ଦଣ୍ଡ । ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଇନ୍ଦୋର ଜିଲ୍ଲା କୋର୍ଟ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଉକ୍ତ ମାମଲାରେ ୬ଜଣଙ୍କ ସମ୍ପୃକ୍ତି ଥିବା କୋର୍ଟର୍ ପକ୍ଷରୁ କୁହାଯାଇଥିବାବେଳେ ପ୍ରମାଣ ଅଭାବରୁ ୩ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଶନିବାର ସନ୍ଧ୍ୟାରେ ୨୫ ହଜାର ଟଙ୍କା ଜମା କରି ୬ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଷଡଯନ୍ତ୍ର କରି ତାଙ୍କୁ ଫସାଇଯାଇଥିବା ଦିଗବିଜୟ କହିଛନ୍ତି । ନ୍ୟାୟ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । ଜାତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଏଥିରେ କଂଗ୍ରେସ ଓ ବିଜେୱାଇଏମ୍ କର୍ମୀ ମୁହାଁମୁହିଁ ହୋଇଥିଲେ । କଂଗ୍ରେସ କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ନେଇବିଜେୱାଇଏମ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା ।