କୋରାପୁଟ ଲକ୍ଷ୍ମୀପୁରରୁ ଆସିଲା ଅଭାବନୀୟ ଖବର । ରାତି ଅଧରେ ଫୁଟିଲା ମୋବାଇଲ । ବର୍ଷକର ଶିଶୁକନ୍ୟା ଗୁରୁତର

367

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ମୋବାଇଲ ଫାଟି ୧ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛି । ଲକ୍ଷ୍ମୀପୁର ଅଂଚଳର ରୋହିତ ନାଚିକା ନିଜ ମୋବାଇଲ ଚାର୍ଜ କରିବା ପରେ ଖଟ ଉପରେ ରଖିଦେଇଥିଲେ । ସେହି ଖଟ ଉପରେ ତାଙ୍କ ପତ୍ନୀ ଓ ୧ବର୍ଷର ଝିଅ ଶୋଇଥିଲେ । ହେଲେ ହଠାତ ମଝି ରାତିରେ ମୋବାଇଲ ବିସ୍ଫୋରଣ ଘଟିଲା । ଯେଉଁଥିରେ ଶିଶୁ କନ୍ୟାଟି ଗୁରୁତର ଆହତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ମୋବାଇଲ ଫାଟିବା ବେଳେ ଚାର୍ଜରେ ବସି ନଥିଲା । କିନ୍ତୁ କେଉଁ ପରିସ୍ଥିତିରେ ମୋବାଇଲ ଫାଟିଲା ତାହା ଜଣାପଡି ନାହିଁ । ସେପଟେ ଶିଶୁକନ୍ୟାଟି ଗୁରୁତର ହେବାରୁ ତାକୁ କୋରାପୁଟ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି ।