ଆଶ୍ଚର୍ଯ୍ୟ ହେଲେ ବି ସତ ! ଓଡ଼ିଶାରେ ଫୁଟିଲା ବିରଳ ପଦ୍ମ, ୨ଶହ କି ୩ଶହ ନୁହେଁ ୧ ହଜାର ପାଖୁଡ଼ା ପଦ୍ମକୁ ନେଇ ଚର୍ଚ୍ଚା, ପଢ଼ନ୍ତୁ ଓଡ଼ିଶାର କେଉଁଠି ରହିଛି ଏକ ହଜାର ପାଖୁଡ଼ାର ପଦ୍ମ

1,398

କନକ ବ୍ୟୁରୋ: ସମ୍ବଲପୁରରେ ଫୁଟିଛି ବିରଳ ପ୍ରଜାତିର ପଦ୍ମ ଫୁଲ । ଦୀର୍ଘ ଦିନର ପରିଶ୍ରମ ପରେ ସମ୍ବଲପୁରେ ଫୁଟିଛି ୧୦୦୦ ହଜାର ପାଖୁଡା ବିଶିଷ୍ଟ ପଦ୍ମଫୁଲ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପଦ୍ମଫୁଲକୁ ସାଧାରଣତଃ ଶହେ କିମ୍ବା ଦୁଇ ଶହ ପାଖୁଡା ଥିବା ଆମେ ଜାଣିଥାଉଁ । ହେଲେ ସମ୍ବଲପୁରର ଜଣେ ୧ ହଜାର ପାଖୁଡା ବିଶିଷ୍ଟ ପଦ୍ମଫୁଲ ଫୁଟାଇଥିବା ଦେଖିବାକୁ ମିଳିଛି । କଥାଟା ଆଶ୍ଟର୍ଯ୍ୟ ଲାଗୁଥିଲେ ବି ସତ । ସମ୍ବଲପୁର ସୁବ୍ରତ ପଣ୍ଡା ନାମକ ଜଣେ ବ୍ୟକ୍ତି ଏହାକୁ ସମ୍ଭବବ କରି ଦେଖାଇଛନ୍ତି । ଏହା ସହ ସେ ଦାବି କରିଛନ୍ତି ଯେ ସମ୍ବଲପୁରରେ ଏହା ପ୍ରଥମ ଓ ଓଡିଶାରେ ଦ୍ୱିତୀୟ  । ଏହାକୁ ନିଜ ଘରେ ଫୁଟାଇବା ପାଇଁ ୨ ବର୍ଷ ହେଲା ପରିଶ୍ରମ କରିଆସୁଥିଲେ ବୋଲି ସେ କହିଛନ୍ତି । ୪୦୦୦ ଟଂକା ଖର୍ଚ କରି ପଦ୍ମଫୁଲ କନ୍ଦା ମଗାଇଥିଲେ । କନ୍ଦାରୁ ଗଛ ହେବା ପାଇଁ ୨-୩ ମାସ ସମୟ ଲାଗେ । ହଜାରେ ପାଖୁଡା ଫୁଲ ଫୁଟିବାକୁ ୧୫-୧୭ ଦିନ ସମୟ ଲାଗେ । ତେବେ ୨ ବର୍ଷ ପରିଶ୍ରମ ପରେ ସେ ଏହାକୁ ସମ୍ଭବ କରିପାରିଛନ୍ତି ।

ସୁବ୍ରତ ପଣ୍ଡା କେବଳ ଯେ ପଦ୍ମଫୁଲ  ଫୁଟାଇ ନାହାନ୍ତି , ନିଜ ଘରେ ବହୁତ ପ୍ରଜାତିର ଫୁଲ ଫୁଟାଇ ପ୍ରଶଂସା ସାଉଟିଛନ୍ତି । ତେବେ ଏହି ଫୁଲକୁ ସେ ୟୁନାଇଟେଡ୍ ନେସନରୁ ମଗାଇଥିଲେ । ପ୍ରଥମେ ତାମିଲନାଡୁର ଏକ ସଂସ୍ଥା ସହିତ ଯୋଗାଯୋଗ କଲାପରେ ୟୁନାଇଟେଡ ନେସନରୁ ଏହା ତାଙ୍କ ପାଖକୁ ଦୁଇ ବର୍ଷ ପୂର୍ବେ ଆସିଥିଲା  । ତେବେ ତାଙ୍କ ଘରେ ବିଭିନ୍ନ ପ୍ରଜାତିର ପଦ୍ମଫୁଲ ଓ କଇଁଫୁଲ ଫୁଟିଥିବା ଦେଖିବାକୁ ମିଳିଥିବାବେଳେ ୧ ହଜାର ପାଖୁଡା ପଦ୍ମଫୁଲକୁ ନେଇ ବେଶ୍ ପ୍ରଶଂସା ସାଉଁଟିଛନ୍ତି ।