କାମଚଳା ବଜେଟରେ ଲକ୍ଷ୍ମୀ ଯୋଜନାକୁ ଗୁରୁତ୍ୱ: ଲକ୍ଷ୍ମୀ ଯୋଜନା ପାଇଁ ୧ ହଜାର ୧୯୧ କୋଟିର ବ୍ୟୟ ବରାଦ

171

କନକ ବ୍ୟୁରୋ: ଆଜି ଗୃହରେ ଉପସ୍ଥାପିତ ହୋଇଥିବା କାମଚଳା ବଜେଟରେ ଲକ୍ଷ୍ମୀ ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୧୨୨ଟି ଉଚ୍ଚମାନର ବସକୁ ମିଶାଇ ମୋଟ ୧ ହଜାର ୭୪୫ଟି ବସ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ମୀ ଯୋଜନା ପାଇଁ ୬୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧ ହଜାର ୧୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଲକ୍ଷ୍ମୀ ଯୋଜନା ସହରାଞ୍ଚଳ ଓ ଗ୍ରାମୀଣ ସମୁଦାୟକୁ ନିରବଚ୍ଛିନ୍ନ ଭାବେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଉତ୍ତମ ଯୋଗାଯୋଗ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାଦ୍ୱାରା ଗ୍ରାମୀଣ ସମୁଦାୟର ମୌଳିକ ଆବଶ୍ୟକତା ପୂରଣ କରାଯିବା ସହିତ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହାୟକ ହେବ । ସାର୍ବଜନୀନ ସରକାରୀ ପରିବହନ ସେବା ଉପଲବ୍ଧ କରାଇବା ସହିତ ଲ କ୍ଷ୍ମୀ ଯୋଜନା ଗ୍ରାମ ପଞ୍ଚାୟତ ଗୁଡିକୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ରାଜ୍ୟ ରାଜଧାନୀ ସହିତ ସଂଯୁକ୍ତ କରି ସାରା ରାଜ୍ୟରେ ବିଭିନ୍ନ ସାମଗ୍ରୀ ଓ ଯାତ୍ରୀମାନଙ୍କ ପରିବହନକୁ ସୁନିଶ୍ଚିତ କରାଇଛି ।