ଚଲାଇପାରିବେ କି ଗୋଟିଏ ସେଟଟପ୍ ବକ୍ସରେ ଦୁଇଟି ଟି.ଭି ? ଜାଣିନାହାନ୍ତି ଯଦି ଆଜି ହିଁ ଶିଖିନିଅନ୍ତୁ , ଖର୍ଚ୍ଚାନ୍ତ ହେବାକୁ ପଡିବନାହିଁ ।  

4,648

ଘରେ ଯଦି ଦୁଇଟି ଟି.ଭି ରଖିଥିବେ ତେବେ ଏହାକୁ ଦେଖିବା ପାଇଁ ମଧ୍ୟ ଦୁଇଟି ସେଟଟପ୍ ବକ୍ସ ଲଗାଇବାକୁ ପଡିବ । ଅଥବା ଯଦି ଅଧିକ ଟିଭି ଥିବ ତେବେ ସବୁଥି ପାଇଁ ଗୋଟିଏ ଲେଖାଁ ସେଟଅପ୍ ବକ୍ସ କିଣି ଖର୍ଚ୍ଚାନ୍ତ ହେବାକୁ ପଡିବ । ଖାସ୍ କରି ଟାଟା ସ୍କାଏ,ଭିଡିଓକନ୍ ଡିଟିଏଚ୍ ,ରିଲାଏନ୍ସ ଡିଟିଏଚ୍ ସହ ଅନ୍ୟ କମ୍ପାନୀଙ୍କ ମାସିକ ପ୍ଲାନ୍ ପାଇଁ ୨୦୦ ରୁ ୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି ପ୍ୟାକ୍ ରେ ମଧ୍ୟ ଖେଳ ତଥା ଅନ୍ୟ ଚ୍ୟାନେଲ୍ ର ସର୍ଭିସ୍ ମିଳିନଥାଏ । ଅର୍ଥାତ୍ ଆପଣଙ୍କ ୩ ଟି କୋଠରୀରେ ଗୋଟିଏ ଲେଖାଁ ଟି.ଭି ଲାଗିଛି ତେବେ ୬୦୦ ରୁ ୭୫୦ ଟଙ୍କା ମାସିକ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଏଭଳି ଏକ ଟ୍ରିକ୍ ଅଛି ଯାହାର ସାହାଯ୍ୟରେ ଆପଣ ଗୋଟିଏ ଡିଟିଏଚ୍ ଛତାରେ ୨ ଟି ଚ୍ୟାନେଲ୍ ଦେଖିପାରିବେ ।

ଏକ୍ସଟ୍ରା ସେଟଟପ୍ ବକ୍ସର ରହିଛି ଆବଶ୍ୟକତା : ଆପଣଙ୍କୁ ଗୋଟିଏ ଡିଟିଏଚ୍ ରୁ ଦୁଇଟି ଟି.ଭି ଦେଖିବାକୁ ହେଲେ ଆପଣଙ୍କୁ ଏକ ଏଳ୍ସଟ୍ରା ସେଟଟପ୍ ବକ୍ସର ଆବଶ୍ୟକତା ପଡିପାରେ । କାରଣ ଗୋଟିଏ ସେଟଅପ୍ ବକ୍ସରେ କେବଳ ଗୋଟିଏ ଟିଭିର ଚ୍ୟାନେଲ୍ ହିଁ ଚେଞ୍ଜ କରିହେବ । ଏଭଳି ସ୍ଥିତିରେ ଦୁଇଟି ଟିଭି ପାଇଁ ଦୁଇଟି ସେଟଟପ୍ ବକ୍ସ ଦରକାର । ସବୁ ସେଟଟପ୍ ବକ୍ସରେ ଏଲଏନବିର ପୋର୍ଟ ଦିଆଯାଇଥାଏ । ଆପଣଙ୍କୁ ଏଭଳି ଏକ ସେଟଟପ୍ ବକ୍ସର ଆବଶ୍ୟକତା ରହିଛି ଯେଉଁଥିରେ ଏଲଏନବିର ଆଉଟ୍ ପୋର୍ଟ ଦିଆଯାଇଥିବ । ଯଦି ବକ୍ସରେ ଏଭଳି ସୁବିଧା ନାହିଁ ତେବେ ଆପଣଙ୍କ ଟିଭି ଚାଲିବ ନାହିଁ ।

ଆପଣଙ୍କ ପାଖରେ ଏଥିପାଇଁ ଦୁଇଟି ସେଟଟପ୍ ବକ୍ସ ରହିବା ଆବଶ୍ୟକ । ଯେଉଁଥିରେ ଗୋଟିଏ ଏମପିଇଜି-୪ ଏବଂ ଦ୍ୱିତୀୟଟି ଏମପିଇଜି-୨ ସେଟଅପ୍ ବକ୍ସ ରହିବା ଆବଶ୍ୟକ ।  ଏମପିଇଜି-୨ ସେଟଅପ୍ ବକ୍ସରେ ଏଲଏନ୍ ବି ଇନ୍ ଏବଂ ଏଲଏନ୍ ବି ଆଉଟ୍ ଦୁଇଟି ପୋର୍ଟ ରହିବା ଆବଶ୍ୟକ । ଡିଟିଏଚ୍ ର ମେନ୍ କେବଲ୍ ଏହି ସେଟଅପ୍ ବକ୍ସର ଏହି ପୋର୍ଟରେ ଲଗାଇବାକୁ ପଡିବ । ଅନ୍ୟପକ୍ଷେ ଏଲଏନବିର ଆଉଟ୍ ପୋର୍ଟରେ ଦ୍ୱିତୀୟ କେବଲର କନେକ୍ସନ୍ ଏମପିଇଜି-୪ ର ଏଲଏନବିରେ ଦେବାକୁ ପଡିବ । ଏମପିଇଜି-୪ ର ବକ୍ସକୁ ଆପଣଙ୍କୁ ଦ୍ୱିତୀୟ କୋଠରୀରେ ରଖିବାକୁ ପଡିବ । ଏବେ ଆପଣ ଦୁଇଟି ବକ୍ସରେ ଅଲଗା ଅଲଗା ଚ୍ୟାନେଲ୍ ଦେଖିପାରିବେ ।

ସର୍ବପ୍ରଥମେ ସେଟଟପ୍ ବକ୍ସ ଏବଂ ଦୁଇଟି ଟିଭିରୁ ବିଜୁଳୀ ହଟାଇଦିଅନ୍ତୁ । ଏହାଦ୍ୱାରା କରେଣ୍ଟ୍ ଲାଗିବାର ସମ୍ଭାବନା କମିଯାଏ । ଏବେ ଟିଭିରୁ କେବଲ୍ ହଟାଇଦିଅନ୍ତୁ ଯେଉଁଥିରେ ସେଟଟପ୍ ବକ୍ସ ଚାଲେ । ଏବେ ଆପଣଙ୍କୁ ଏଭି କେବଲ୍ ନେବାକୁ ପଡିବ ଏବଂ  coaxial y adapter ସେଟଟପ୍ ବକ୍ସର ଆଉଟପୁଟ୍ ଜ୍ୟାକ୍ ରେ ପ୍ଲଗ୍ କରିବାକୁ ପଡିଥାଏ । ଏବେ ଏହି adapterରେ ୨ coaxial କେବଲ୍ ରେ ପ୍ଲଗ୍ କରିପାରିବେ । ଯେଉଁଥିରେ ଆପଣ ଦୁଇଟି ଟିଭିର coaxial input ସହ ଜଡିତ ହୋଇପାରିବେ । ଏବେ ସେଟଟପ୍ ବକ୍ସକୁ ଚାଲୁ କରନ୍ତୁ ଏବଂ ଏବେ ଦେଖନ୍ତୁ ଯେ ଦୁଇଟି ଟିଭିରେ ଚ୍ୟାନେଲ ଆସୁଛି କି ନାହିଁ ।