ଭାରତରେ କିଛି ଦିନ ହେଲା ମୁଦ୍ରାର ପ୍ରଚଳନ ଏବଂ ମୂଲ୍ୟ ଧିରେ ଧିରେ କମି ଆସୁଛି । ଏବେ ମୁଦ୍ରା ମାଧ୍ୟମରେ ଖୁବ୍ କମ୍ ଦ୍ରବ୍ୟ ହିଁ କିଣାଯାଇପାରୁଛି । ତେବେ ଆପଣ କ’ଣ ଜାଣିଛନ୍ତି କି ଏହି ମୁଦ୍ରା ପ୍ରସ୍ତୁତ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ ହୁଏ । ତେବେ ଏହି ଟଙ୍କା ମୁଦ୍ରା ମୂଲ୍ୟ ଅନୁସାରେ ପ୍ରସ୍ତୁତ ହୁଏ ନା ତା’ଠାରୁ ଅଧିକ ଟଙ୍କା ଦେଇ ମୁଦ୍ରା ପ୍ରସ୍ତୁତ ହୁଏ ତାହା ଏବେ ଆମେ ଆପଣଙ୍କୁ କହିବୁ ।
ତେବେ ଆରବିଆଇ ତରଫରୁ ଏହାର ବିବରଣୀରେ ଆମେ ଜାଣିବାକୁ ପାଇଲୁ ଯେ ଏହି ପ୍ରଶ୍ନକୁ ଭାରତୀୟ ସରକାରୀ ଟଙ୍କାଶାଳାକୁ ପଚରାଯାଇଥିଲା । ଏହାର ଉତ୍ତରରେ ଟଙ୍କାଶାଳା ତରଫରୁ କେବଳ ୧୦ ଟଙ୍କା ,୫ ଟଙ୍କା ,୨ ଟଙ୍କା ଏବଂ ଟଙ୍କିକିଆ ମୁଦ୍ରା ଛପାଯାଉଥିବା କଥା କୁହାଯାଇଥିଲା । ତେବେ କେତେ ଟଙ୍କାରେ ଏହି ମୁଦ୍ରା ପ୍ରସ୍ତୁତ ହୁଏ ଏହି ପ୍ରଶ୍ନରେ ଭାରତୀୟ ସରକାରୀ ଟଙ୍କାଶାଳା ଏହି ବିଷୟକୁ ନ ପଚାରିବାକୁ କହିଥିଲେ । ଏବଂ ଆରଟିଆଇ ଆକ୍ଟ ୨୦୦୫ ସେକ୍ସନ୍ ୮ (୧) (ଡି) ଅନୁସାରେ ଏହା ଉପଲବ୍ଧ କରାଯାଇନାହିଁ ଯାହା ଟ୍ରେଡ୍ ସିକ୍ରେଟ୍ ରହିଛି । କିନ୍ତୁ ଭାରତୀୟ ସରକାରୀ ଟଙ୍କାଶାଳାର ହାଇଦ୍ରାବାଦ ଶାଖାକୁ ଯେତେବେଳେ ପଚରାଗଲା ୧ ଟଙ୍କାରେ ୧.୧୧ ଟଙ୍କା ଖର୍ଚ୍ଚ ହେଉଥିବା କଥା ସେ ସ୍ୱୀକାର କରିଥିଲେ । ଏଥିରୁ ଜଣାପଡୁଛି ଯେ ଟଙ୍କାର ମୂଲ୍ୟ ହିସାବରେ ଏଥିରେ ଖର୍ଚ୍ଚ ହେଉଥିବା ଟଙ୍କା ଅଧିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/New-1re.jpg)
/kanak/media/post_attachments/wp-content/uploads/2018/12/sssssssssssssssssssssssssssssssssssssssssssssssss.jpg)