କନକ ବ୍ୟୁରୋ : ବନ୍ଦ ଡାକରା ଦେଇଛି ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ । ଆସନ୍ତା ଶୁକ୍ରବାରଠାରୁ ରାଜଧାନୀର ୧ ନମ୍ବର ହାଟରେ ପରିବା ବିକ୍ରି ବନ୍ଦ ରହିବ । ରାସ୍ତାରେ ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ହାଟ ବନ୍ଦ ଡାକରା ଦିଆଯାଇଛି । ପାର୍ବଣ ବେଳେ ଏହି ବନ୍ଦ ଡାକରା ଲୋକଙ୍କୁ ଚିନ୍ତାରେ ପକାଇଛି ।
ସଂଘ ଅଭିଯୋଗ କରିଛି, ପରିବା ଆସିବା ପାଇଁ ୨ଟି ମୁଖ୍ୟ ବାଟ ରହିଛି । ହେଲେ ପୂଜା ପାଇଁ ତୋରଣ ବନ୍ଧା ହୋଇଥିବାରୁ ଗୋଟିଏ ଗଳିରେ ପରିବା ହାଟକୁ ଗାଡି ଆସିପାରୁନାହିଁ । ଏହା ସହ କିଛି ବେଆଇନ ଦୋକାନ ରାସ୍ତାକୁ ମାଡ଼ି ଦୋକାନ ନିର୍ମାଣ କରିଛନ୍ତି । ସେହିପରି ବସ୍ତି ବାସିନ୍ଦା ବିରୋଧ କରୁଥିବାରୁ ଅନ୍ୟ ଏକ ରାସ୍ତା ପଟେ ପରିବା ଆସିପାରୁନଥିବା ସଂଘ ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/18-15.jpg)