୩ ବର୍ଷରେ ୧ ଲକ୍ଷ ନାବାଳିକା ବଳାତ୍କାର ! ଖାସ ଏଥିପାଇଁ ପକ୍ସୋ ଆଇନରେ ପରିବର୍ତ୍ତନ ।

146

କଠୁଆ ଗଣଦୁଷ୍କର୍ମ ଭଳି ମାମଲାରେ ଝିଅଙ୍କ ସହ ହୋଇଥିବା ଶୋଷଣ, ଗଣଦୁଷ୍କର୍ମ ଏବଂ ହତ୍ୟା ଭଳି ଦୁଇଟି ମାମଲା ସମଗ୍ର ଦେଶରେ ରାଗର ଶୁଅ ସୃଷ୍ଟି କରିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରିବା ସହ ସେମାନଙ୍କ ମନରେ ସୃଷ୍ଟି ହୋଇଥିବା କ୍ରୋଧକୁ ପ୍ରତିପାଦନ କରୁଛନ୍ତି ।

ଦେଶରେ ଦିନକୁ ଦିନ ନାବାଳିକା ଝିଅମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଘଟଣା ବଢି ବଢି ଚାଲିଛି । ନାବାଳିକା ଝିଅମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ ଦଣ୍ଡ ଦିଆଯିବା ନେଇ ହେଉଥିବା ଦାବିର ଏହା ହିଁ ହେଉଛି ପ୍ରକୃତ କାରଣ । ୧୨ ବର୍ଷ ବୟସ ସୀମା ମଧ୍ୟରେ ଥିବା ନାବାଳିକା ଝିଅମାନଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡ ପାଇଁ ହୋଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏବେ ସରକାର ଏଥି ପାଇଁ ଅଧ୍ୟାଦେଶ ଜାରି କରିବେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ୩ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ନାବାଳିକା ଝିଅ ମାନଙ୍କ ସହ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୨୦୧୪ ମସିହାରେ ୩୪ ହଜାର ୪୪୯ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇଥିବା ମାମଲା ରୁଜୁ କରାଯାଇଛି । ତେବେ ୨୦୧୪ ମସିହାରେ ହୋଇଥିବା ଏହି ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ମାମଲାରେ ୪୧ ହଜାର ୭୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବଂ ସେଥିମଧ୍ୟରୁ ୨୬୮୬ ଅଭିଯୁକ୍ତଙ୍କୁ ନାବାଳିକା ଝିଅମାନଙ୍କୁ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସେହିପରି ୨୦୧୫ ମସିହାରେ ୩୪୫୦୫ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇଥିବା ମାମଲା ରୁଜୁ କରାଯାଇଛି । ୨୦୧୫ ମସିହାରେ ହୋଇଥିବା ଏହି ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ମାମଲାରେ ୪୧୦୯୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବଂ ସେଥିମଧ୍ୟରୁ ୪୫୬୭ ଅଭିଯୁକ୍ତ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସମୁଦାୟ ଉପରେ ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୪ ହଜାର ୯୭୬ ନାବାଳିକା ଝିଅମାନଙ୍କ ସହ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ଘଟଣା ଘଟିଛି । କିନ୍ତୁ ମାତ୍ର ୧୧୨୬୬ ଜଣ ଅଭିଯୁକ୍ତଙ୍କୁ ଏହି ମାମଲା ଗୁଡିକରେ ଦଣ୍ଡବିଧାନ କରାଯାଇଛି । କ୍ୟାବିନେଟ ବୈଠକରେ ପକ୍ସୋ ଆକ୍ଟରେ ସଂଶୋଧନର ମଞ୍ଜୁରୀ ମିଳିବା ପରେ ୧୨ ବର୍ଷରୁ କମ ବୟସର ନାବାଳିକା ଝିଅମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ସମସ୍ତ ରାସ୍ତା ପରିଷ୍କାର ହୋଇଯାଇଛି ।

ସେହିପରି ୨୦୧୬ ମସିହାରେ ୩୬୦୨୨ ନାବାଳିକା ଝିଅଙ୍କ ସହ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇଥିବା ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ୪୨୧୬୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୪୦୧୩ ଅଭିଯୁକ୍ତ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।