କର୍ଣ୍ଣାଟକର ରାଜ୍ୟପାଳ ବିରାଡ଼ିମାନଙ୍କ ଉତ୍ପାତକୁ ନେଇ ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି। ଏପରିକି ରାଜଭବନରେ କାର୍ଯ୍ୟରତ କର୍ମଚାରୀମାନେ ବି ବ୍ୟତିବ୍ୟସ୍ତ ହୋଇଉଠିଛନ୍ତି। କୁହାଯାଉଛି ଯେ ଏବେ କର୍ଣ୍ଣାଟକ ରାଜଭବନରେ ପ୍ରାୟ ୩୦ଟି ବିରାଡ଼ି ଅଛନ୍ତି। ଏମାନଙ୍କୁ ରାଜଭବନରୁ ବିଦା କରିବା ପାଇଁ କର୍ମଚାରୀମାନେ ଯେତେ ଚେଷ୍ଟା କଲେ ବି ବିଫଳ ହେବା ପରେ ଅବଶେଷରେ ବାଙ୍ଗାଲୁରୁ ନଗର ନିଗମର ସହାୟତା ଲୋଡିଲେ କର୍ଣ୍ଣାଟକର ରାଜ୍ୟପାଳ ।
ଏହାପରେ ବାଙ୍ଗାଲୁରୁ ନଗର ନିଗମ ଏକ ବେସରକାରୀ ସଂସ୍ଥାକୁ ବିରାଡିମାନଙ୍କୁ ଧରିବାର ଠିକା ଦେଇଥିବା ଜଣାଯାଇଛି। ଏଥିପାଇଁ ୧ ଲକ୍ଷ ଟଙ୍କା ସଂସ୍ଥାକୁ ଦିଆଯିବ। ମହାନଗର ପାଳିକାର କମିସନର୍ ଏ ମଂଜୁନାଥ ପ୍ରସାଦ କହିଛନ୍ତି ଯେ, ଯଦି ବିରାଡିମାନଙ୍କୁ ଧରିବା ପାଇଁ ଅଧିକ ଟଙ୍କା ଲାଗିବ, ତେବେ ଟେଣ୍ଡର ବାତିଲ କରାଯାଇ ନୂଆ ଠିକା ବ୍ୟବସ୍ଥା କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଏହି କାମ ପାଇଁ ସଂସ୍ଥା ପ୍ରାୟ ଏକ ମାସ ସମୟ ନେବ। କେବେ ବିରାଡ଼ିମାନଙ୍କୁ ଧରାଯାଉଛି ଏବଂ କର୍ଣ୍ଣାଟକର ରାଜ୍ୟପାଳଙ୍କ ମୁଣ୍ଡବ୍ୟଥା କମୁଛି , ତାହା ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/1552114138_karnataka-raj-bhavan.jpg)
/kanak/media/post_attachments/wp-content/uploads/2019/03/cat-pixabay-750x500_-300x200.jpg)