ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରିବା ପଡିଲା ମହଙ୍ଗା, ହୋଣ୍ଡା ଡିଲରଙ୍କ ଉପରେ ଲାଗିଲା ୧ ଲକ୍ଷ ଟଙ୍କାର ଫାଇନ୍ ।

1,032

କନକ ବ୍ୟୁରୋ : ଆକ୍ଟିଭା ପାଇଁ ହୋଣ୍ଡା ଡିଲରଙ୍କୁ ୧ ଲକ୍ଷର ଟଙ୍କାର ଫାଇନ୍ । ନୂଆ ମୋଟର ଯାନ ଆଇନ ଅନୁସାରେ ଡିଲରଙ୍କ ଉପରେ ଲାଗିଲା ଫାଇନ୍ । ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରିଥିବାରୁ ହୋଣ୍ଡା ଡିଲରଙ୍କ ଉପରେ ୧ ଲକ୍ଷ ଟଙ୍କାର ଫାଇନ୍ ପକାଇଛି ପରିବହନ ବିଭାଗ । ଏପରିକି ଟ୍ରେଡ ଲାଇସେନ୍ସ ରଦ୍ଦ କରିବାକୁ କଟକ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।

ଗତ ୧୨ ତାରିଖ ଦିନ କଟକ ବାରଙ୍ଗ ନିକଟରେ ଚେକିଂ ସମୟରେ ଏକ ଆକ୍ଟିଭା ଗାଡି ଧରାପଡିଥିଲା । ବିନା ନମ୍ବର ପ୍ଲେଟରେ ଗାଡି ଚଲାଉଥିବାରୁ ଏହାକୁ ଜବତ କରାଯାଇଥିଲା । ପରେ ଜଣାପଡିଥିଲା ଯେ, ଏହି ଗାଡିକୁ ବିନା ରେଜିଷ୍ଟ୍ରେସନରେ ହୋଣ୍ଡା ଡିଲର ବିକ୍ରି କରିଛନ୍ତି । ତେଣୁ ହୋଣ୍ଡା ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ପରିବହନ ବିଭାଗ ।