କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେନଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
କହିରଖୁ କି କରୋନା ସଂକଟ ବେଳେ ତରଳ ମେଡିକାଲ ଅମ୍ଳଜାନର ଅଭାବ ପୁରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ତୁରନ୍ତ ଅକ୍ସିଜେନ କନସେନଟ୍ରେଟର କିଣାଯାଇ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ ।
PM has sanctioned the procurement of 1 lakh Portable Oxygen Concentrators from PM Cares Fund. He instructed that these Oxygen Concentrators should be procured at the earliest & provided in states with high case burden: PMO pic.twitter.com/FrNpQ3IlHk
— ANI (@ANI) April 28, 2021
ବୈଠକରେ ପିଏମ କେୟର୍ସ ଫଣ୍ଡରୁ ୭୧୩ ପିଏସଏ ପ୍ଲଟୋ ବ୍ୟତୀତ ୫୦୦ ନୂଆ ଅକ୍ସିଜେନ ପ୍ଲାଣ୍ଟ ପାଇଁ ମଞ୍ଜୁରୀ ଦିଆଯାଇଥିଲା ।
ସୂଚନା ଥାଉକି କରୋନା ସଂକଟ ଭିତରେ ଦେଶରେ ଅନେକ ରାଜ୍ୟରେ ଏବେ ଅକ୍ସିଜେନର ଅଭାବ ଦେଖା ଦେଇଛି । ଅକ୍ସିଜେନ ଅଭାବରୁ ମେଡିକାଲରେ ଦୈନିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ଦେଖାଦେଉଛି । ଏହି ମାମଲା ଏବେ ହାଇକୋର୍ଟରେ ପହଂଚିଛି । ଏନେଇ କୋର୍ଟ ବି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ଏହାପରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ମେଡିକାଲ ମାନଙ୍କୁ ଅକ୍ସିଜେନ, ବେଡ ଓ ଭେଣ୍ଟିଲେଟର ଯୋଗାଇବାକୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।