ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ, ଦେଶରେ ଓଡ଼ିଶା ପ୍ରଥମ । ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଲେ, ଆଗାମୀ ଦଶନ୍ଧି ଯୁବବର୍ଗଙ୍କ ପାଇଁ ସମର୍ପିତ ।

ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ, ଦେଶରେ ଓଡ଼ିଶା ପ୍ରଥମ । ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଲେ, ଆଗାମୀ ଦଶନ୍ଧି ଯୁବବର୍ଗଙ୍କ ପାଇଁ ସମର୍ପିତ ।

କନକ ବ୍ୟୁରୋ : ନିର୍ବାଚନ ଭିତରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପ୍ରେସମିଟ୍ । ସାମ୍ବାଦିକ ସମ୍ମିଳନୀରେ ଯୁବବର୍ଗଙ୍କୁ ନେଇ ପାଣ୍ଡିଆନ କହିଛନ୍ତି, ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ। ବିଜେଡି ନିଜ ଇସ୍ତାହାରରେ ଘୋଷଣା କରିଛି ଯେ, ପ୍ରଥମ ଥର ପାଇଁ ଅଣାଯିବ ୧ ଲକ୍ଷ କୋଟି ଯୁବ ବଜେଟ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା।

ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି । ୨୦୨୪ରୁ ୨୦୩୪, ଏହି ଦଶନ୍ଧିକୁ ଯୁବବର୍ଗଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି । ଏହି ୧୦ ବର୍ଷ ଭିତରେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଟପ୍-୩ରେ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଯାହାଦ୍ୱାରା ୨୦୩୬ରେ ରାଜ୍ୟକୁ ୧୦୦ ବର୍ଷ ପୁରିବା ପୂର୍ବରୁ ଏହି ଉପଲବ୍ଧି ହାସଲ କରିପାରିବ ଓଡ଼ିଶା । ମୁଖ୍ୟମନ୍ତ୍ରୀ ଯେଉଁ କ୍ଷେତ୍ରକୁ ଫୋକସ କରନ୍ତି ତାହାକୁ ଏକ ନମ୍ବର କରି ଛାଡନ୍ତି । ଏହାର ଅନେକ ଉଦାହରଣ ରହିଛି । ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ୫-ଟି ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ଅଧିକ ସୁବିଧା ମିଳିବ। ଯୁବବର୍ଗଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରାଯାଇଛି ।

ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବପୀଢ଼ିଙ୍କ ସହିତ ରହିଛନ୍ତି। ତେଣୁ ଯୁବପୀଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ। ବିଜେପି ନିର୍ବାଚନୀ ଇସ୍ତାହାରରେ ଯୁବବର୍ଗଙ୍କ ପାଇଁ କିଛି ବି ନାହିଁ । କିନ୍ତୁ ବିଜେଡି ଯୁବପୀଢିଙ୍କ ପାଇଁ ବଜେଟ ଆଣିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe