ଅନୁଗୁଳରେ ପୁଣି ଜଣଙ୍କ ଜୀବନ ନେଲା ହାତୀ : ପ୍ଲାଣ୍ଟରୁ ଫେରିବା ସମୟରେ ଦଳିଦେଲା ଦନ୍ତା

224

କନକ ବ୍ୟୁରୋ : ଅନୁଗୁଳରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର । ବଡସନ୍ତ୍ରି ପଞ୍ଚାୟତ ବାଇଝାଲିଆ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବାଇଝାଲିଆ ସାହିର ପ୍ରଫୁଲ୍ଲ ଭୋଇ । ଆଜି ସକାଳୁ ପ୍ଲାଣ୍ଟକୁ କାମ କରିବାକୁ ଯାଉଥିବା ବେଳେ ଜଙ୍ଗଲି ହାତୀ ହାବୁଡରେ ପଡିଯାଇଥିଲେ ।

ନଳଚନ୍ଦ୍ରରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ପ୍ରଫୁଲ୍ଲକୁ ଧରି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିଛି ଦିନ ହେବ ଦନ୍ତା ହାତୀ ଗାଁ ଗାଁ ବୁଲି ଆତଙ୍କ ଖେଳାଇଦେଇଥିଲା । ବନ ବିଭାଗ ଦନ୍ତାକୁ ଟ୍ରାକ କରି ଜଙ୍ଗଲକୁ ଘଉଡାଇବାରେ ବିଫଳ ହେବାରୁ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।