ଏବେ ବି ଚାଲିଛି ସୂର୍ଯ୍ୟବଂଶୀ ପ୍ରଥା ! ଯେଉଁଠି ବିନା ଛାଡପତ୍ରରେ  ଜଣେ ପୁରୁଷ ତିନି ଜଣ ମହିଳାଙ୍କୁ ବିିବାହ କରିଥାଏ ।

Advertisment
ଏବେ ବି ଚାଲିଛି ସୂର୍ଯ୍ୟବଂଶୀ ପ୍ରଥା ! ଯେଉଁଠି ବିନା ଛାଡପତ୍ରରେ  ଜଣେ ପୁରୁଷ ତିନି ଜଣ ମହିଳାଙ୍କୁ ବିିବାହ କରିଥାଏ ।

image courtesy-NewsCode

ଭାରତୀୟ ସାମାଜିକ ବ୍ୟବସ୍ଥା ଅନୁସାରେ ସାଧାରଣ ଭାବେ ଯଦି ଜଣେ ବ୍ୟକ୍ତିର ଥରେ ବିବାହ ହୋଇ ସାରିଛି,ତେବେ ସେ ଆଉ ଥରେ ବିବାହ କରି ପାରିବ ନାହିଁ। ଜଣେ ବ୍ୟକ୍ତି ଯଦି ଦ୍ୱିତୀୟ ଥର ବିବାହ କରିବା ପାଇଁ  ଇଚ୍ଛା କରୁଛି ତେବେ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ବା ଛାଡ଼ପତ୍ର ଦେବା ପରେ ହିଁ ଦ୍ୱିତୀୟ ଥର ବିବାହ କଥା ଚିନ୍ତା କରି ପାରିବ । କିନ୍ତୁ ଭାରତରେ ଏକ ରାଜ୍ୟରେ ଏମିତି ଏକ ଗାଁ ରହିଛି ଯେଉଁଠି ଜଣେ ପୁରୁଷ ବିନା ଛାଡ଼ପତ୍ରରେ ଏକାଦିକ୍ରମେ ୩ ଜଣ ମହିଳାଙ୍କୁ ବିବାହ କରିଥାଏ । ଏହି ଗାଁର ପ୍ରଚଳିତ ପ୍ରଥା ପାଇଁ ଏଠି ବାସ କରୁଥିବା ପ୍ରାୟ ସମସ୍ତ ପୁରୁଷଙ୍କର ୩ ଜଣ ସ୍ତ୍ରୀ ଥିବା ଜଣା ପଡ଼ିଛି ।publive-imageସୂଚନା ମୁତାବକ, ମୁମ୍ବାଇଠାରୁ ୧୫୦କିଲୋମିଟର ଦୂରରେ ଥିବା ଡ଼େଙ୍ଗାମଲ ଗାଁରେ ଏଭଳି ଅଜବ ପ୍ରଥା ରହିଛି । ଏହି ଗାଁର ଜନସଂଖ୍ୟା ୫୦୦ଥିବା ବେଳେ ଲୋକମାନଙ୍କର ଏପରି କରିବା ପଛରେ କିଛି କାରଣ ରହିଛି ବୋଲି ଜଣା ପଡ଼ିଛି । ଏ ନେଇ ଗାଁ ଲୋକଙ୍କୁ ପଚରାଯିବା ପରେ ଗାଁରେ ଉପୁଜୁଥିବା ପାଣି ସମସ୍ୟାକୁ ଦୂର କରିବା ପାଇଁ ସେମାନେ ୩ଜଣ ମହିଳାଙ୍କୁ ବିବାହ କରନ୍ତି ବୋଲି କହିଛନ୍ତି । ଖରା ଦିନେ ସବୁ କୁଅରୁ ପାଣି ଶୁଖିଯିବା ପରେ ପାଣି ଅଭାବରୁ ଗୃହପାଳିତ ପଶୁମାନେ ମୃତ୍ୟୁବରଣ କରିଥାନ୍ତି । ଯାହା ପାଇଁ ଘରର ମହିଳାମାନଙ୍କୁ ମାଇଲ ମାଇଲ ବାଟ ଯାଇ ପାଣି ଆଣିବାକୁ ପଡ଼ିଥାଏ । ୧୫ ଲିଟର ପାଣି ଆଣିବା ପାଇଁ ସେମାନଙ୍କୁ ୧୨ଘଣ୍ଟା ସମୟ ଲାଗିଥାଏ । ପାଣି ଆଣିବାକୁ ଯିବାକୁ ପଡ଼ୁଥିବାରୁ ଘରେ ରହୁଥିବା ଅନ୍ୟ କାମ ଗୁଡ଼ିକ ଅଟକି ରହିଥାଏ । ଏହି ସବୁ ଅସୁବିଧାର ସମାଧାନ ପାଇଁ ସେ ଗ୍ରାମର ପୁରୁଷମାନେ ୩ ଜଣ ମହିଳାଙ୍କୁ ବିବାହ କରିଥାନ୍ତି । ଫଳରେ ସେମାନେ ଘର ଏବଂ ବାହାରର କାମ ମଧ୍ୟରେ ସମାନତା ରକ୍ଷା କରି ପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe