ମାଥିଲି ବନ୍ଧଗୁଡା ଗାଁରେ ଅଭାବନୀୟ ଘଟଣା । ବାହାଘର ଭୋଜି ଖାଇ ଜଣେ ଶିଶୁ ମୃତ, ୪ ଗୁରୁତର

80

କନକ ବ୍ୟୁରୋ : ବିବାହ ଭୋଜିଖାଇ ୧୧ ଅସୁସ୍ଥ । ଜଣେ ମୃତ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି ଗ୍ରାମବାସୀ । ସମସ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ଗାଁର ୮ ବର୍ଷୀୟ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ବନ୍ଧଗୁଡା ଗାଁ ରେ ଏକ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଯାଇ ବନ୍ଧଗୁଡା ନୂଆଗୁଡା ଗାଁର ଶହ ଶହ ଲୋକେ ଭୋଜି ଖାଇଥିଲେ । ତେବେ ଗତକାଲି ଅପରାହ୍ନରେ ହଠାତ ୧୨ ଜଣ ଅସୁସ୍ଥ ହେବାରୁ ତାଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏଥିରେ ଗୁରୁତର ଥିବା ୪ ଜଣଙ୍କୁ ମାଲକାନଗିରି ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜଣେ ଶିଶୁ କନ୍ୟାଙ୍କୁ ମୃତ୍ୟୁ ଘଟିଛି । ଉଭୟ ଗାଁରେ ବର୍ତ୍ତମାନ ଡାକ୍ତର ଟିମ୍ ଯାଇଥିବା ଜଣାପଡିଛି ।