image courtesy -Latestly.com
କନକ ବ୍ୟୁରୋ : ମୁମ୍ବାଇର ପୋସ କୋଲାବା ଅଞ୍ଚଳରେ ଥିବା ଆଇକନିକ୍ ‘ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍’ ନିକଟରେ ଥିବା ଚର୍ଚିଲ୍ ଚାମ୍ବର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛନ୍ତି । ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକଙ୍କୁ ଛାଡ଼ିଲେ ନିଆଁ ଲାଗି ଯାଇଥିବା ବିଲ୍ଡିଂରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ‘ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍’ ନିକଟରେ ନିଆଁ ଲାଗିଥିବା ଏହି ବିଲ୍ଡିଂଟି ୪ ମହଲା ବିଶିଷ୍ଟ ।
ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଲ୍ଡିଂର ୩ ମହଲାରେ ପ୍ରଥମେ ନିଆଁ ଲାଗିବା ଆରମ୍ଭ ହୋଇ ଧୀରେ ଧୀରେ ଏହା ଅନ୍ୟ ମହଲାଗୁଡ଼ିକୁ ବ୍ୟାପିବା ଆରମ୍ଭ କରିଥିଲା । ଏହି ନିଆଁକୁ ଆୟତ୍ତକୁ ଆଣିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୁହା ସିଡ଼ି ଲଗାଇ ଚଢ଼ି ଉପରୁ ପାଣି ପକାଇଥିଲେ । ଏହି ସବୁ ଘଟଣା ଏକ ଭିଡିଓରେ ଦେଖିବାକୁ ମିଳିଛି ।
Follow Us