ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ବୁକିଂ, ପଢ଼ନ୍ତୁ ପୂରା ଖବର…

496
କନକ ବ୍ୟୁରୋ: ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ୍ । ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ କନେକସନ୍ । ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜଳା ଯୋଜନାରେ କେନ୍ଦ୍ର ସରକାର ଲୋକଙ୍କ ପାଖରେ ଅଧିକରୁ ଅଧିକ ଗ୍ୟାସ କନେକସନ୍ ବଢାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଆଉ ୧ କୋଟି ମାଗଣା କନେକସନ୍ ଦେବା ପାଇଁ ପ୍ରୟାସ କରାଯାଉଛି ।
ସବୁଠୁ ବଡ କଥା ହେଉଛି ଗ୍ୟାସ କନେକସନ୍ ପାଇଁ ଲୋକଙ୍କୁ ଆଉ ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ । ବିନା ପ୍ରମାଣ ପତ୍ରରେ ଲୋକଙ୍କୁ ମାଗଣାରେ ଗ୍ୟାସ କନେକସନ୍ ମିଳିବ । ଏଥିପାଇଁ ଅଧିକ ବଜେଟ୍ ଲାଗିବ ସତ, କିନ୍ତୁ ସରକାରଙ୍କ କହିବା କଥା ଏବେ ଯେଉଁ ସବସିଡ୍ ମିଳୁଛି, ସେଥିରେ କନେକସନ୍ ବାଣ୍ଟିବାର କାମ ଆରାମରେ ହୋଇଯାଇପାରିବ ।
ତେବେ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏବେସୁଦ୍ଧା ପ୍ରାୟ ୮ କୋଟି ଲୋକଙ୍କୁ ଫ୍ରି ଗ୍ୟାସ୍ କନେକସନ୍ ଯୋଗାଇ ଦିଆସରିଲାଣି । ଏବଂ ଆଉ ଯେଉଁ ୧କୋଟି ଲୋକଙ୍କ ପାଖରେ ଏଯାଏଁ କନେକସନ୍ ପହଞ୍ଚିନି ତାଙ୍କ ପାଖରେ ଉଜ୍ଜଳା ଯୋଜନା ମଧ୍ୟମରେ କନେକସନ୍ ଦେବାକୁ ଯୋଜନା କରାଯାଉଛି ।
କେବଳ ଏତିକି ନୁହେଁ ଗ୍ୟାସ ବୁକିଂ କରିବାର ୪ରୁ ୫ ଦିନ ପର୍ଯ୍ୟନ୍ତ ଘରେ ଗ୍ୟାସ୍ ପହଞ୍ଚି ପାରୁନାହିଁ । ଆଉ ବୁକିଂ ଗ୍ୟାସ ପହଞ୍ଚିବା ପୂର୍ବରୁ ଗ୍ୟାସ ସରିଯାଉଛି ତେବେ ଚିନ୍ତା କରିବାର ନାହିଁ । ଏବେ ଏହାକୁ ଦୃଷ୍ଟିରେ ରଖି  ଗ୍ରାହକଙ୍କ ପାଇଁ ମୋଦି ସରକାର ଆଉ ଏକ ସୁବିଧା ମଧ୍ୟ କରିବାକୁ ଯାଉଛନ୍ତି । ଏଣିକି ଗ୍ରାହକ ଚାହିଁଲେ ୩ଟି ଡିଲରଙ୍କ ଠାରୁ ଏଲପିଜି ଅଡର କରିପାରିବେ । ଆଉ ବୁକିଂ ଗ୍ୟାସ ଘରେ ପହଞ୍ଚିବା ପାଇଁ ବିଳମ୍ବ ହେବ ନାହିଁ ।