ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ଘଟଣା : ୬ଜଣଙ୍କୁ ଗିରଫ କଲା ପୋଲିସ

ଶହ ଶହ ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ଋଣ ହଡ଼ପ ନେଇ ହୋଇଥିଲା ଅଭିଯୋଗ

178

କନକ ବ୍ୟୁରୋ : କଟକ ଆଠଗଡ଼ ଗୁରୁଡ଼ିଘାଟିଆ ସମବାୟ ସମିତିରେ ଋଣ ଜାଲିଆତି ଘଟଣା । ଘଟଣାରେ ସଂପୃକ୍ତ ଥିବା ୬ଜଣଙ୍କୁ ଗିରଫ କଲା ପୋଲିସ । ଏନେଇ ସୂଚନା ଦେଲେ ଚୌଦ୍ୱାର ଏସଡିପିଓ । ଗିରଫଙ୍କ ମଧ୍ୟରେ ଅଛନ୍ତି ସୋସାଇଟି ପିଅନ, ସେକ୍ରେଟେରୀ, ଆସିଷ୍ଟାଣ୍ଡ ସେକ୍ରେଟେରୀଙ୍କ ସହ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କ୍ୟାସିୟର, ସୁପରଭାଇଜର, କ୍ଲର୍କ ।

ଶହ ଶହ ଚାଷୀଙ୍କ ନାଁରେ ସମବାୟ ସମିତିରୁ କୋଟିଏରୁ ଅଧିକ ଟଙ୍କାର ଋଣ ହଡପ କରିଥିବା ନେଇ ଗୁରୁଡ଼ିଝାଟିଆ ଥାନାରେ ହୋଇଥିଲା ଅଭିଯୋଗ । ଦୀର୍ଘ ଦିନ ଧରି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚାଷୀ ଆନ୍ଦୋଳନରେ ବସିବା ସହ ଭୁବନେଶ୍ୱର ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ । ଏମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ସହ ଠକେଇ ଓ ସରକାରୀ କାଗଜପତ୍ର ଜାଲିଆତି କରିବା ଭଳି ଦଫା ଲାଗିଛି ବୋଲି କହିଛନ୍ତି ଚୌଦ୍ୱାର ଏସଡିପିଓ ।