ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାର ଧଳା ଜହର । ବରମୁଣ୍ଡା ବସଷ୍ଟାଣ୍ଡରୁ ୧ କୋଟି ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ୱରର ଜଣେ ଯୁବକକୁ ଗିରଫ କଲା ଏସଟିଏଫ

144

କନକ ବ୍ୟୁରୋ : ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାର ଧଳା ଜହର । ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ୧ କୋଟି ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଖୁଫିଆ ସୂଚନା ଆଧାରରେ ଏସଟିଏଫ୍ ଚଢାଉ କରିବା ପରେ ଏହି ସଫଳତା ମିଳିଛି । ଏହି ଘଟଣାରେ ବାଲେଶ୍ୱରର ଜଣେ ଯୁବକକୁ ଗିରଫ କରିଛି ଏସଟିଏଫ୍ ।

ଗିରଫ ଯୁବକର ନାମ ସେକ୍ ଅସିମ୍ ବକ୍ସ । ଘର ବାଲେଶ୍ୱର ଜଳେଶ୍ୱର ଅଂଚଳରେ । ଏହି ଘଟଣାରେ ଧଳା ଜହର ଚେର ଆଉ କୁଆଡେ ଯାଇଛି ତାହାର ତଦନ୍ତ ଚାଲିଛି । ଚଳିତ ବର୍ଷ ବର୍ତମାନ ସୁଦ୍ଧା ୨୨ କେଜି ୧୬୮ ଗ୍ରାମ୍ ଧଳାଜହର ଜବତ ହୋଇଥିବା କହିଛନ୍ତି କ୍ରାଇମବ୍ରାଂଚ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ତେବେ ଭୁବନେଶ୍ୱରରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବଢିଥିବାରୁ ଏହା ପୋଲିସ ପାଇଁ ଚିନ୍ତା ବଢାଇଛି । ଏହି ବ୍ରାଉନ ସୁଗାର ଅଧିକ ଲିଙ୍କ ବାଲେଶ୍ୱର ସହ ଥିବା ଜଣାପଡିଛି । ତେବେ ଏହାର ଲିଙ୍କ ଆଉ କୁଆଡେ ରହିଛି । ତାକୁ ନେଇ ତଦନ୍ତ ଜାରି ରହିଛି ।