କନକ ବ୍ୟୁରୋ : ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ମାଳମାଳ ଦୁର୍ନୀତି ଏବେ ସାମ୍ନାକୁ ଆସିଛି । ମିଶନ ଶକ୍ତି ମହିଳାଙ୍କୁ ରୋଜଗାରକ୍ଷମ କରିବାର ଉଦେଶ୍ୟରେ ଗୁହାଳ ନିର୍ମାଣ କରି ଠିକାଦାର ମାଲାମାଲ ହୋଇଥିବା ବେଳେ ମିଶନ ଶକ୍ତିର ବିଫଳତା ଯୋଗୁ ବାଟବଣା ହୋଇଛି ପଶୁପାଳନ ଯୋଜନା। ପଶୁ ପାଳନର ଆନୁସଙ୍ଗିତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଉପଯୁକ୍ତ ବ୍ୟବହାର ଏବଂ ରକ୍ଷଣାବେକ୍ଷଣ ଅଭାବରୁ ତାହା ଭୂତକୋଠି ପାଲଟିଛି ! ସେହିପରି ଭାବେ ଛେଳି ଫାର୍ମ ନୂଆ ଭାବେ ଛିଡା ହୋଇଥିବା ବେଳେ ସେଠାରେ ଲୋକେ ଜାଳ ସଂଗ୍ରହ କରି ରଖିଥିବା ଦେଖିବାକୁ ମିଳିଛି । କୁକୁଡା ଫାର୍ମରେ କୁକୁଡା ରଖାଯାଇ ଉଦଘାଟନ ପରେ କୁକୁଡା

Advertisment

ମାଳଆନନ୍ଦପୁରର ପଂଚାୟତ ବଜରପଡା ଠାରେ ମନରେଗା ଯୋଜନାରେ ଗୁହାଳ, କୁକୁଡା ଫାର୍ମ ଏବଂ ଛେଳି ଫାର୍ମ ନିର୍ମାଣ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗାଈ ଗୁହାଳ ପାଇଁ ୫୦ ଲକ୍ଷ ଏବଂ କୁକୁଡା ଫାର୍ମ ଓ ଛେଳି ଫାର୍ମ ନିର୍ମାଣରେ ବ୍ୟୟ ହୋଇଛି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା । ସଂପୂର୍ଣ୍ଣ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ସେସବୁ ନିର୍ମାଣ ଭୂତକୋଠି ପାଲଟିଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନିକ ଅଧିକାରୀ ଏନେଇ ଗଣମାଧ୍ୟମ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ।