କନକ ବ୍ୟୁରୋ: କାୟା ମେଲିଚାଲିଛି କରୋନା । ସମଗ୍ର ବିଶ୍ୱରେ କରୋନା ସଂଖ୍ୟା ବଢ଼ିଚାଲିଛି । ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ଏକ କୋଟି ଟପିଛି । ଏହାସହ ବିଶ୍ୱରେ କରୋନା ଯୋଗୁଁ ମୋଟ୍ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଯାଇଛି । ବିଶ୍ୱର କୋଭିଡ ସଂଖ୍ୟା ନେଇ ତଥ୍ୟ ଦେଉଥିବା ୱାର୍ଲଡୋମିଟରର ତଥ୍ୟ ଅନୁସାରେ ସାରା ବିଶ୍ୱରେ କରୋନା ସଂକ୍ରମଣ ଏକ କୋଟି ଟପିଛି । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ଏକ କୋଟି ଏକ ୭୦ ହଜାର ପାଖାପାଖି ରହିଛି । ଏହାସହ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୫ ଲକ୍ଷ ପାର୍ ହୋଇଯାଇଛି ।
କରୋନାରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏହା ପଛକୁ ରହିଛି ବ୍ରାଜିଲ, ତୃତୀୟ ସ୍ଥାନରେ ରୁଷ ଥିବା ବେଳେ ସଂକ୍ରମଣ ତାଲକାର ଚତୁର୍ଥ ସ୍ଥାନରେ ରହିଛି ଭାରତ । ପଂଚମ ସ୍ଥାନରେ ରହିଛି ବ୍ରିଟେନ । ଆମେରିକାରେ ମୋଟ୍ ପ୍ରାୟ ୨୬ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ଏକ ଲକ୍ଷ ୨୮ ହଜାର ଲୋକଙ୍କ ଜୀବନ ଯାଇଛି । ବ୍ରାଜିଲରେ ମୋଟ୍ ସଂକ୍ରମଣ ୧୩ ଲକ୍ଷ ଟପିଥିବା ବେଳେ ରୁଷରେ ୬ ଲକ୍ଷରୁ ଅଧିକ ରହିଛି । ଭାରତରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ଟପିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି ।