ସୁଧୁରୁନି ସଇତାନ୍ ପାକିସ୍ତାନ ! ଜାମ୍ମୁକାଶ୍ମୀରରେ ଆଇଡି ବିସ୍ଫୋରଣ, ଜଣେ ସେନା ଯବାନ ସହିଦ, ୨ ଗୁରୁତର ।

198

କନକ ବ୍ୟୁରୋ : ନିୟନ୍ତ୍ରଣ ରେଖା ନିକଟରେ ରବିବାର ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଜମ୍ମୁ-କଶ୍ମୀରର ପଲନୱାଲା ସେକ୍ଟରରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ପୁଲିସ୍‌ମାନେ ସେନା ଟ୍ରକ୍‌ରେ ବୁଲୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ପ୍ରତ୍ୟେକ ଆହତଙ୍କୁ ଉଦମପୁରରେ ଥିବା ସେନା ହସ୍ପିଟାଲ୍‌କୁ ନିଆଯାଇଛି ।

ଅନ୍ୟପକ୍ଷରେ ପୁଣିଥରେ ପାକିସ୍ତାନ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପୁଣି ଥରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଜାଣିବାକୁ ମିଳିଛି । ଅଞ୍ଚଳର ସାଧାରଣ ଜନତାଙ୍କୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ଦୀର୍ଘ ସମୟ ଧରି ଗୁଳି ଚାଳନା ହୋଇଥିଲା ବୋଲି ସୂଚନା ରହିଛି ।