କନକ ବ୍ୟୁରୋ : ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରୁ ସ୍କୁଟି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ଲକ୍ଷ ୯୧ ହଜାର ଟଙ୍କା ଲୁଟି ନେଇଛନ୍ତି l ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ ରାଉରକେଲା ପାୱାର ହାଉସରୋଡ ଅଫିସରୁ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଆସିଥିଲେ l ସେ ପ୍ରଥମେ ଟଙ୍କା ଜମା କରିବାକୁ ଉଦିତନଗର ଏସବିଆଇକୁ ଯାଇଥିଲେ l ତେବେ ବ୍ୟାଙ୍କ ଭିଡ ଥିବା ଦେଖି ପରମଜିତ ସିଂହ କାନାରା ବ୍ୟାଙ୍କକୁ ଆସିଥିଲେ l
ସ୍କୁଟିରେ ୧.୯୧ଲକ୍ଷ ଟଙ୍କା ରଖି ବ୍ୟାଙ୍କ ଭିତରକୁ ଆରଟିଜିଏସ କରିବାକୁ ଯାଇଥିଲେ l ଏହି ସମୟରେ ଦୁର୍ବୁତ୍ତମାନେ ପହଞ୍ଚି ପରମଜିତଙ୍କ ସ୍କୁଟି ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଥିଲେ l ଏହି ଘଟଣା ପରେ ପରମଜିତ ସିଂହ ଉଦିତନଗର ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କ୍ରମେ ଉଦିତନଗର ପୁଲିସ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/WhatsApp-Image-2020-10-12-at-14.40.56-750x430.jpeg)