ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା ।

191

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସିଲା ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା । ଟିକାକରଣ ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ମେ ୩ ତାରଖରୁ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ ।

ମେ ୧ରୁ ସାରା ଦେଶରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଥିଲା । ଏହି ଆଧାରରେ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ହେଲେ ଏହି ଟିକାକରଣ ୧ ବଦଳରେ ୩ରେ ହେବ । ସେପଟେ ଟିକା କମ୍ପାନୀ ମାନେ ମଧ୍ୟ ଟିକାର ଦର ହ୍ରାସ କରିଛନ୍ତି ।

Comments are closed.