ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡିଆ: ଲକଡାଉନ ପରେ ଘରକୁ ଫେରି ପାରୁନାହାଁନ୍ତି ପ୍ରବାସୀ ଶ୍ରମିକ

ଓଡିଆଙ୍କ ସ୍ଥିତି ନେଇ ଚାଲିଛି ସମୀକ୍ଷା: ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

851

କନକ ବ୍ୟୁରୋ: ତାଲା ବନ୍ଦ ପରେ ରାଜ୍ୟ ବାହାରେ ଫସିରହିଛନ୍ତି ଦେଢଲକ୍ଷ ଓଡିଆ । ପ୍ରବାସୀ ଓଡିଆଙ୍କ ଶ୍ରମିକଙ୍କ ସ୍ଥିତି ନେଇ ଲୋକସବା ଭବନରେ ସମୀକ୍ଷା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଏହା ପରେ ଗୃହ ସଚିବ କହିଛନ୍ତି, ୫ ହଜାର ୨ ଶହ କଲ୍ କଟ୍ରୋଲ ରୁମକୁ ଆସିଛି । ଅନେକ ଲୋକଙ୍କ ପାଖରେ ପଂହଚିଛି ପ୍ରଶାସନ । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସମାଧାନ ନ ହେଲା ଯାଏଁ ପ୍ରଶାସନ କାମ ଜାରି ରଖିଛି । ଏନସିଆର, ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡିଆ ଅଛନ୍ତି । ଶହେରୁ ଅଧିକ ଏକତ୍ରିତ ଥିବା ୨୩୦ଟି ଓଡିଆ ଗ୍ରୁପ ଚିହ୍ନଟ ହୋଇଛି ।

ଦେଶରେ ଲକଡାଉନ ଘୋଷଣା ହେବା ପରେ ଘରକୁ ଫେରିନପାରି ବାହାର ରାଜ୍ୟରେ ଫସିରହିଛନ୍ତି ପ୍ରାୟ ଦେଢ ଲକ୍ଷ ଓଡିଆ । ତେବେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ଗୃହ ସଚିବ ସଂଜୀବ ଚୋପ୍ରାଙ୍କ ସୂଚନା ଗୃହ ସଚିବଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧା ଦେଢ ଲକ୍ଷ ଲୋକ ରାଜ୍ୟ ବାହାରେ ଫଶି ରହିଛନ୍ତି । ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗ ହୋଇପାରିଛି ।

ସେହିପରି ସରକାରଙ୍କ ଦ୍ୱାରା ଜାରି ହୋଇଥିବା କଂଟ୍ରୋଲ ରୁମ ତଥା ହେଲ୍ଫ ଲାଇନ ନମ୍ବରକୁ ପାଖାପାଖି ୫ ହଜାର ୨ ଶହ କଲ୍ ଆସିଛି । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ତେବେ ଫଶି ରହିଥିବା ଲୋକଙ୍କ ନିକଟରେ ଯେଭଳି ଖାଦ୍ୟ ଏବଂ ମେଡିସିନ ପହଂଚାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ ଜାରି ରହିଛି । ଲୋକଙ୍କ ପାଖରେ କିଭଳି ଖାଦ୍ୟ, ମେଡିସିନ ପହଂଚିବ ସେନେଇ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର  ରିପୋର୍ଟ ଦେଉଛନ୍ତି ବୋଲି  ଗୃହ ସଚିବ ସଂଜୀବ ଚୋପ୍ରା କହିଛନ୍ତି ।