କନକ ବ୍ୟୁରୋ : ମହାରାଷ୍ଟ୍ରର ସଂଗଲି ଜିଲ୍ଲାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ଯାହା ଆପଣ ଜାଣିଲେ ଚକିତ ହୋଇଯିବେ । ଆପଣ କହନ୍ତୁ ଗୋଟିଏ ମେଣ୍ଢାର ମୂଲ୍ୟ କେତେ ହେବ । ଅତିବେଶିରେ ଗୋଟିଏ ମେଣ୍ଢାର ମୂଲ୍ୟ ୧୦ ରୁ ୧୫ ହଜାର ଟଙ୍କା ହୋଇପାରେ । ହେଲେ ଆମେ ଯେଉଁ ମେଣ୍ଢା କଥା କହୁଛୁ ସେହି ମେଣ୍ଢାକୁ କିଣିବାକୁ ବେପାରୀ ମାନେ ୭୦ ଲକ୍ଷ ଟଙ୍କା ଦର କରିଥିଲେ ବି ମେଣ୍ଢା ପାଳିଥିବା ମାଲିକ ଜଣଙ୍କ କିନ୍ତୁ ୧.୫ କୋଟି ଟଙ୍କା ନହେଲେ ମେଣ୍ଢା ବିକ୍ରି କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି ।

Advertisment

ଭାରତରେ ମେଡଗୟଲ ପ୍ରଜାତିର ମେଣ୍ଢା ମାନଙ୍କ ମାଂସ ସବୁଠାରୁ ବେସି ପୁଷ୍ଟିକର ଓ ଗୁଣବତା । ଏହି ପ୍ରଜାତିର ମେଣ୍ଢାଙ୍କ ମାଂସ ମଣିଷ ଶରୀରରେ ଥିବା ଅନେକ ପ୍ରକାର ରୋଗ ଭଲ କରିବାରରେ ସହାଯ୍ୟ କରିଥାଏ ବୋଲି ଚିକିତ୍ସା ବିଜ୍ଞାନରେ କୁହାଯାଇଛି । ଏହି ପ୍ରଜାତିର ମେଣ୍ଢା କେବଳ ମହାରାଷ୍ଟ୍ର ସାଂଗଲି ଜିଲ୍ଲାରେ ଦେଖାଯାଆନ୍ତି । ହେଲେ ଏହି ମେଣ୍ଢା ମାନଙ୍କର ଦାମ ଯେ ଦେଢ କୋଟି ଟଙ୍କା ତାହା ନୁହେଁ । ଏହି ପ୍ରଜାତିର ମେଣ୍ଢା ମାନେ ସାଧାରଣ ପ୍ରଜାତିର ମେଣ୍ଢା ମାନଙ୍କ ଠାରୁ କିଛି ଉଚ୍ଚ ଦାମରେ ବିକ୍ରି ହୋଇଥା’ନ୍ତି । ଏହାର ଅର୍ଥ ନୁହେଁ ଯେ ଗୋଟଏ ମେଣ୍ଢା କିଣିବାକୁ କେହି ଦେଢ କୋଟି ଟଙ୍କା ଖଚ୍ଚ କରିବ । ହେଲେ କ’ଣ ପାଇଁ ମାଲିକ ଏହାର ଦାମ ଦେଢ କୋଟି ରଖିଛି ।
ଜଣେ ଅଧିକାରୀଙ୍କ କହିବା କଥା ଏହି ପ୍ରଜାତିର ମେଣ୍ଢା ମାନଙ୍କର ସଂଖ୍ୟ ସରକାର ବୃଦ୍ଧି କରିବାକୁ ଚାହୁଁଛନ୍ତି । କେବଳ ସାଂଗଲୀ ଜିଲ୍ଲା ନୁହେଁ ଏହାକୁ କେମିତି ସାରା ରାଜ୍ୟର ପଶୁ ପାଳକ ମାନେ ପାଳନ କରିପାରିବେ ସେ ନେଇ ଯୋଜନା କରୁଛନ୍ତି ।

ସରକାର ଏଭଳି ଯୋଜନା କରିବାକୁ ଚାହୁଁଥିବା ବେଳେ ମହାରାଷ୍ଟ୍ର ସଙ୍ଗଲୀ ଜିଲ୍ଲା ଓତପଡି ତହସିଲ ଅଞ୍ଚଳର ମେଣ୍ଢା ପାଳକ ବାବୁ ମେଟକରୀଙ୍କ ପାଖରେ ଏହି ପ୍ରଜାତିର ୨ ଶହ ମେଣ୍ଢା ଅଛନ୍ତି । ଗୋଟିଏ ମେଳାରେ ଜଣେ ବେପାରୀ ଏହି ମେଣ୍ଢାଟିକୁ ଯେତେବେଳେ ୭୦ ଲକ୍ଷ ଦରରେ କିଣିବାକୁ ଚାହିଁଥିଲେ ସେତେବେଳେ ବାବୁ ମେଟକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଭଳି ଉଚ୍ଚଦାମ ହେବା ପରେ ବି ମେଣ୍ଢା ପାଳକ ଜଣକ ସେହି ମେଣ୍ଢାଟିକୁ ବିକିବାକୁ ରାଜି ହୋଇ ନଥିଲେ । ସେ କହିଥିଲେ କି ଏହି ମେଣ୍ଢାର ଅସଲି ନାମ ସରଜା ଅଟେ । ଏହି ମେଣ୍ଢାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି କି ଯେଭଳି ଭାବେ ମୋଦି ଯେଉଁଠିକି ବି ଗଲେ ତାଙ୍କ କମାଲ ଲୋକମାନେ ଦେଖୁଛନ୍ତି ସେହିଭଳି ଏହି ମେଣ୍ଢାଟିକୁ ଯେକୌଣସି ମେଳାକୁ ନେଇଗଲେ ବି ସେ ସେଠାରେ ତାର କରାମତି ଦେଖାଉଛି ।

ମେଣ୍ଢାପାଳକ ମେଟକାରୀ କହିଛନ୍ତି କି ଏହି ମେଣ୍ଢାଟି ତାଙ୍କ ପରିବାର ପାଇଁ ବେସ୍ ଶୁଭ ଦାୟକ ଏଥିପାଇଁ ସେ ତାକୁ ବିକିବାକୁ ଚାହୁଁ ନାହାନ୍ତି । ସେ ଆହୁରି କହିଛନ୍ତି କି ଏହାକୁ ନେବାକୁ ଜଣେ ବେପାରୀ ମୋତେ ୭୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଯାଚିଥିଲା । ମୁଁ ଏହାକୁ ବିକିବାକୁ ଚାହୁଁ ନଥିବାରୁ ମୁଁ ତାକୁ ଦେଢ କୋଟି ମାଗିଥିଲି । କାରଣ ଏତେ ଦାମ ଜାଣିଲେ ସେ ଫେରି ପଳାଇବ ବୋଲି ମୁଁ ଆଶା କରିଥିଲି । ସେ କହିଛନ୍ତି କି ମୋ ପରିବାର ୨ ରୁ ୩ ପିଢୀ ହେବ ପୁଶୁ ପାଳନ କରିଆସୁଛୁ । ହେଲେ ବିଗତ ୨/୩ ବର୍ଷ ହେବ ଏହି ସରଜା ପାଇଁ ବେସ୍ ଲାଭବାନ ହୋଇପାରୁଛୁ । କାରଣ ସରଜା ଠାରୁ ଯେଉଁ ଛୁଆ ଜନ୍ମ ହେଉଛନ୍ତି ସେମାନଙ୍କୁ ଆମେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ବିକୁଛୁ ।

ମହାରାଷ୍ଟ ମେଣ୍ଢା ଓ ଛେଳି ବିକାଶ ନିଗମର ଉପ- ନିର୍ଦ୍ଦେଶକ ଡାକ୍ତର ସଚିନ ଟିକାଡେ କହିଛନ୍ତି କି ଜଳବାୟୁ ପରିବର୍ତ୍ତନ ଓ ମରୁଡିରେ ଯୋଗୁଁ ରାଜ୍ୟରେ ଦିନକୁ ଦିନ ଏହି ପ୍ରଜାତିର ମେଣ୍ଢା ମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ସରକାରଙ୍କ ତରଫରୁ ଏବେ ଏହି ପ୍ରଜାତିର ମେଣ୍ଢା ମାନଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନେକ ବର୍ଷ ହେବ ମେଡଗୟାଲ ପ୍ରଜାତିର ମେଣ୍ଢା ମାନଙ୍କ ଉପରେ ଗବେଷଣା କରୁଥିବା ଟାକଡେ କହିଛନ୍ତି ୨୦୦୩ ର ଏକ ସର୍ବେକ୍ଷଣ ମୁତାବକ ସାଙ୍ଗଲି ଜିଲ୍ଲାରେ ଏହି ପ୍ରଜାତିର ୫,୩୧୯ ଟି ମେଣ୍ଢା ରହିଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଫଳରେ ଏବେ ଏହି ଜିଲ୍ଲାରେ ଉକ୍ତ ପ୍ରଜାତିର ମେଣ୍ଢା ମାନଙ୍କର ସଂଖ୍ୟା ୧.୫୦ ଲକ୍ଷ ରୁ ଅଧିକରେ ପହଂଚି ପାରିଛି ।