କନକ ବ୍ୟୁରୋ: ବକେୟା ଥିବା ସିବିଏସଇର ପରୀକ୍ଷା ଜୁଲାଇ ୧ରୁ ହେବ । କରୋନା ଲକ୍ଡାଉନ୍ ଯୋଗୁଁ ସିବିଏସଇର ୨୯ଟି ବିଷୟ ପରୀକ୍ଷା ହେବା ବାକି ରହିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀର ଏହି ପରୀକ୍ଷା ଗୁଡିକ ଆସନ୍ତା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଦଶମ ଶ୍ରେଣୀର ୬ଟି ବିଷୟରେ ପରୀକ୍ଷା କେବଳ ଉତର ଦିଲ୍ଲୀର ପିଲାଙ୍କ ବାକି ରହିଛି । ତେବେ ଏନେଇ ପରୀକ୍ଷା ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ । କରୋନା ମହାମାରୀ ପରିସ୍ଥିତି ଯୋଗୁଁ ସିବିଏସଇ ମାର୍ଚ୍ଚ ୧୮ ପରେ ୮ ଦିନର ପରୀକ୍ଷା କରିପାରି ନାହିଁ ।
लंबे समय से #CBSE की 10वीं और 12वीं की बची हुई परीक्षाओं की तिथि का इंतज़ार था, आज इन परीक्षाओं की तिथि 1.07.2020 से 15.07.2020 के बीच में निश्चित कर दी गई है। मैं इस परीक्षा में भाग लेने वाले सभी विद्यार्थियों को अपनी शुभकामनाएं देता हूँ।@HRDMinistry @PIB_India @DDNewslive pic.twitter.com/NVexiKgVA1
— Dr Ramesh Pokhriyal Nishank (@DrRPNishank) May 8, 2020
ସୂଚନା ମୁତାବକ, କରୋନାଭାଇରସ୍ ଲକ୍ଡାଉନ୍ ହେତୁ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପରୀକ୍ଷା ବିଳମ୍ବ ହୋଇଛି। ମାର୍ଚ୍ଚ ମାସରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ସାରା ଦେଶରେ ବିଶ୍ୱବିଦ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଥିଲା । କରୋନାଭାଇରସ୍ ଲକ୍ଡାଉନ୍ ପରେ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ତାରିଖ ମଧ୍ୟ ପୁନଃ ସ୍ଥିର କରାଯାଇଛି। ଆଇଆଇଟି, ଜେଇଇ ଏବଂ ଏନଇଇଟି ପରୀକ୍ଷା ଜୁଲାଇ ୧୮-୨୬ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି |