ଅଧିକ ମିଠା ଖାଅ ନାହିଁ ନ ହେଲେ ଡାଇବେଟିସ୍ (ମଧୁମେହ ରୋଗ) ହୋଇଯିବ । ଅନେକ ସମୟରେ ଆପଣମାନେ ଲୋକମାନଙ୍କୁ ଏହି କଥା କହୁଥିବାର ଶୁଣୁଥିବେ । କ’ଣ ସତରେ ଅଧିକ ମିଠା ଖାଇଲେ ମଧୁମେହ ରୋଗ ହୋଇଥାଏ? ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ ଏହି ରୋଗ ହୋଇନାହିଁ ସେମାନେ ମଧ୍ୟ ମିଠା ଖାଇ ପାରିବେ ନାହିଁ । ଏଭଳି ଅନେକ ପ୍ରଶ୍ନ ଆପଣମାନଙ୍କ ମନକୁ ଆସୁଥିବ ନିଶ୍ଚୟ । ଆଜି ଆମେ ଆପଣଙ୍କ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଯାଉଛୁ । ପ୍ରକୃତରେ କେଉଁ କାରଣରୁ ଲୋକମାନଙ୍କୁ ମଧୁମେହ ରୋଗ ହୋଇଥାଏ ଆସନ୍ତୁ ଜାଣିବା ।
୧. ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ । ଅଧିକ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ । ଯଦି ଆପଣ ଜଙ୍କ ଫୁଡ଼୍ ବା ଶର୍କରା ଜାତୀୟ ଖାଦ୍ୟ ଖାଇବା ପରେ ମଧ୍ୟ ନିଜ ଓଜନକୁ ନିୟନ୍ତ୍ରଣରେ ରଖି ପାରୁଛନ୍ତି ତେବେ ଆପଣ ଏହି ରୋଗର ଶିକାର ହେବେ ନାହିଁ ।
୨.ଯେଉଁ ଲୋକମାନେ ଉପଯୁକ୍ତ ପରିମାଣରେ ଶୋଇ ପାରନ୍ତି ନାହିଁ । ସେମାନଙ୍କ ପାଖରେ ଏହି ରୋଗ ଦେଖା ଯାଇଥାଏ ।
୩.ସବୁବେଳେ ଅବସାଦଗ୍ରସ୍ତ ରହିବା ଦ୍ୱାରା ଶରୀରରେ ସର୍କରା ସ୍ତର ବଢ଼ିଥାଏ । ଯଦି ଆପଣ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ଆପଣ ଖୁବ୍ ଶୀଘ୍ର ଏହି ରୋଗରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ ।
୪.ଯେଉଁ ଲୋକମାନେ ଅଫିସରେ ଚେୟାରରେ ବସି କାମ କରିବା ସହ ବ୍ୟାୟାମ କରୁ ନାହାନ୍ତି । ସେମାନଙ୍କଠାରେ ଏହି ରୋଗ ଦେଖାଯିବାର ଆଶଙ୍କା ୮୦ ପ୍ରତିଶତ ରହିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/5cdd947496173cef8794418c2215dc57.jpg)
/kanak/media/post_attachments/wp-content/uploads/2018/08/cs-low-t-diabetes-722x406-300x169.jpg)