ଆଜିକାଲି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରେ ଅନେକ ପ୍ରକାର ଫିଚର୍ ଦେଖାଯାଉଛି । ଏଟିଏମ୍ କାର୍ଡରେ ଏଭଳି ଏକ ସିମ୍ବଲ୍ ଦେଖାଯାଉଛି ଯାହା ୱାଇଫାଇ ବିଷୟରେ ଜ୍ଞାତ କରାଉଛି । ଏହି ଚିହ୍ନ ଯଦି ଆପଣଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ରହିଛି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ କାର୍ଡ କନଟେକ୍ଟଲେସ୍ ଫିଚରର ଏବଂ ଏହାକୁ କେବଳ ଛୁଇଁ କରି ପେମେଣ୍ଟ୍ କରାଯାଇପାରିବ ।
ସାଇବର୍ ଏକ୍ସପର୍ଟଙ୍କ କହିବା ମୁତାବକ କନଟେକ୍ଟଲେସ୍ କାର୍ଡରେ ଏହି ସୁବିଧା ଇନବିଲ୍ଟ ହୋଇଥାଏ । ଏହାକୁ ବନ୍ଦ କରାଯାଇପାରିବ ନାହିଁ । ତେବେ ଏଥିରେ କମ୍ ପେମେଣ୍ଟ୍ ରହୁଥିବାରୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆପଣଙ୍କୁ କାହାରି ହାତକୁ କାର୍ଡ ଦେବାକୁ ପଡିନଥାଏ କେବଳ ଛୁଇଁ ଆପଣ ପେମେଣ୍ଟ୍ କରିପାରିବେ । ଏଭଳି ଚିହ୍ନ ଥିବା କାର୍ଡରେ ସ୍ୱାଇପ୍ କରିବାର ଆବଶ୍ୟକତା ନଥାଏ । ଏହି କାର୍ଡ ନିୟର୍ ଫିଲ୍ଡ କମ୍ୟୁନିକେସନ୍ ଚିପ୍ ସହ ଥାଏ । ଯେଉଁଥିରେ ସର୍ଟ ରେଞ୍ଜର ଡାଟା ଟ୍ରାନ୍ସଫର କରିବାର ସୁବିଧା ଦିଆଯାଇଥାଏ । ଏହାର ଅର୍ଥ ଆପଣ କେବଳ ପଏଣ୍ଟ୍ ଅଫ୍ ସେଲ୍ ଡିଭାଇଜ୍ କୁ ଛୁଇଁ ପେମେଣ୍ଟ କରିପାରିବେ । ଏହା ସର୍ଟ ରେଞ୍ଜ ୱାୟରଲେସ୍ ଟେକ୍ନୋଲଜି ଜରିଆରେ କାମ କରିଥାଏ । ପିଓଏସ୍ ମେସିନ୍ ରେ ଆପଣଙ୍କୁ ଖାଲି କାର୍ଡ ଉପରେ ଦିଆଯାଇଥିବା ଚିହ୍ନକୁ ଛୁଇଁବାକୁ ପଡିବ ଏବଂ ପେମେଣ୍ଟ କରୁଥିବା ବ୍ୟକ୍ତି ଜଣକ ପାଖକୁ ଟଙ୍କା ମଧ୍ୟ ପଳାଇବ ।
କନଟେକ୍ଟଲେସ୍ କାର୍ଡ ପିଓଏସ୍ ମେସିନ୍ ରେ ୪ ସେ.ମି. ଭିତରେ କାମ କରିଥାଏ ଏବଂ ଏଥିରେ ଗୋଟିଏ ସମୟରେ ହିଁ ଟ୍ରାଞ୍ଜାକ୍ସନ୍ କରାଯାଇପାରିବ । ଏହି ପେମେଣ୍ଟ୍ ଟେକ୍ନୋଲଜି ବିକଶିତ ଦେଶରେ ବଢିବାରେ ଲାଗିଛି । ଅଷ୍ଟ୍ରେଲିଆ,କାନାଡା,ୟୁକେ ଏବଂ ଫ୍ରାନ୍ସରେ ଏହିଭଳି କାର୍ଡର ପ୍ରଚଳନ ବଢିଛି । ବର୍ତ୍ତମାନ ଭାରତକୁ ମଧ୍ୟ ଯେଉଁ କାର୍ଡ ଆସୁଛି ତାହା କନଟେକ୍ଟଲେସ୍ । ପେମେଣ୍ଟ୍ ମାତ୍ର କିଛି ସମୟ ଲାଗିଥାଏ । କାର୍ଡକୁ ସ୍ୱାଇପ୍ କରିବା ବିନା ହିଁ ପେମେଣ୍ଟ୍ ହୋଇଯାଏ । କାର୍ଡ କାହାରିକୁ ଦେବାକୁ ମଧ୍ୟ ପଡିନଥାଏ । ଆପଣ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ୍ ଏଠାରେ କରିପାରିବେ । ଯେଉଁଥିପାଇଁ ପିନ୍ ଦେବାର ଆବଶ୍ୟକତା ମଧ୍ୟ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/ATM-1.jpg)
/kanak/media/post_attachments/wp-content/uploads/2019/01/distil-union-rfid-vs-emv-card_b11e816a-371d-42cd-874a-c2db85e70f34-300x175.jpg)
/kanak/media/post_attachments/wp-content/uploads/2019/01/1200px-Universal_Contactless_Card_Symbol.svg_-300x178.png)