ପ୍ରସବ ପୀଡା ସମୟରେ ପେନକିଲରକୁ କରନ୍ତୁ ନା’ ! ଏହି ପ୍ରାକୃତିକ ତେଲ ବ୍ୟବହାର କରି ପାଆନ୍ତୁ ଆରାମ୍ ।

463

ଗର୍ଭବସ୍ଥା ସମୟରେ ପ୍ରସବ ପୀଡାର କଷ୍ଟ କ’ଣ ଜଣେ ମହିଳା ହିଁ ବୁଝିପାରିଥାନ୍ତି । ତେବେ ଏହି ସମୟରେ ଏପିଡୁରଲ୍ ନାମକ ପେନକିଲର୍ ସବୁଠାରୁ ଉପଯୁକ୍ତ ଔଷଧ ଅଟେ,ଯାହା ଗର୍ଭବତୀ ମହିଳାଙ୍କୁ ଆରାମ୍ ଦେବା ସହ ସ୍ୱାସ୍ଥ୍ର୍ୟ ପ୍ରତି ମଧ୍ୟ ଖୁବ୍ ଭଲ ଥାଏ । କିନ୍ତୁ ଆଜି ମଧ୍ୟ ଭାରତରେ ଲୋକେ ଗର୍ଭବତୀଙ୍କ ପାଇଁ ପ୍ରାକୃତିକ ଉପାୟରେ ଉପସମର ବିଭିନ୍ନ ଉପାୟ ବାହାର କରନ୍ତି ଏବଂ ମେଡିସିନକୁ ଗୁରୁତ୍ୱ ଦିଅନ୍ତି ନାହିଁ । ତେବେ କିଛି ଟା ପ୍ରାକୃତିକ ଉପାୟ ଯଦି ଆପଣ ମଧ୍ୟ ବ୍ୟବହାର କରିବେ ତେବେ ପେନକିଲର୍ ଖାଇବାକୁ ପଡିବ ନାହିଁ । ଗବେଷଣାରୁ ମଧ୍ୟ ଜଣାପଡିଛି ଯେ ଗର୍ଭବସ୍ଥା ସମୟରେ ପେଟରେ ତେଲ ମାଲିସ୍ କଲେ ସମ୍ପୁର୍ଣ୍ଣ ଶରୀରର ଯନ୍ତ୍ରଣା ଦୂର ହୋଇଥାଏ । ଯଦି ଆପଣ ମଧ୍ୟ ଗର୍ଭବତୀ ଅଛନ୍ତି ଏବଂ ନର୍ମାଲ ଡେଲିଭରୀ ସହ ପେନକିଲର୍ ନଖାଇ ଯନ୍ତ୍ରଣାରୁ ଉପସମ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପ୍ରାକୃତିକ ତେଲରେ ମାଲିସ୍ ବିକଳ୍ପଠାରୁ ଉତ୍ତମ କିଛି ହୋଇନପାରେ । ମାଲିସ୍ ପୂର୍ବରୁ ପେଟରେ ଧିରେ ଧିରେ ହାତ ବୁଲାନ୍ତୁ ପ୍ରେସ୍ କରି ମାଲିସ୍ କରିବା ଘାତକ ସାବ୍ୟସ୍ତ ହୋଇପାରେ ।

ପ୍ରସବ ସମୟରେ ଏଭଳି ପ୍ରକ୍ରିୟାରେ ତେଲ ପ୍ରସ୍ତୁତ କରନ୍ତୁ :  

ତେଲ ପାଇଁ ପ୍ରଥମେ ୧୦ ମିଲି ରାଶି ତେଲ,କ୍ଲାରିନ୍ସ ଅଏଲ୍, ୫ ବୁନ୍ଦା ଗୋଲାପ ତୈଳ ଏବଂ ୬ ବୁନ୍ଦା ଅଲିଭ୍ ଅଏଲର ଆବଶ୍ୟକତା ରହିଛି । ଏହି ସବୁ ତେଲକୁ ଏକତ୍ର କରି ପିଠି ଏବଂ ପେଟରେ ମାଲିସ୍ କରନ୍ତୁ । ଏହି ତେଲକୁ କେବଳ ପ୍ରସବ ପୀଡା ସମୟରେ ହିଁ ମାଲିସ୍ କରନ୍ତୁ । ଏହାଛଡା କ୍ଲାରିନ୍ସ ଅଏଲ୍ ଦ୍ୱାରା ପୂର୍ବରୁ ଆପଣ ମାଲିସ୍ କରିପାରିବେ । କ୍ଲାରିନ୍ସ ଅଏଲ୍ ଯେକୌଣସି କେମିଷ୍ଟ ଦୋକାନରେ ଆପଣଭ୍କୁ ମିଳିଯିବ କିମ୍ବା ଆପଣ ଏହାକୁ ଅନଲାଇନ୍ ସପିଙ୍ଗ୍ ଜରିଆରେ ମଧ୍ୟ କିଣିପାରିବେ । ତେବେ ପ୍ରସବ ସମୟରେ କ୍ଲାରିନ୍ସ ଅଏଲର ୨ ରୁ ୩ ବୁନ୍ଦାକୁ ଗରମ ପାଣିରେ ପକାଇ ରୁମାଲ୍ ମାଧ୍ୟମରେ ଭିଜାନ୍ତୁ ଏବେ ଏହି ଓଦା ରୁମାଲକୁ ପେଟର ଚାରିପାଖରେ ବୁଲାଇ ଆଣନ୍ତୁ । କିଛି ସମୟ ମଧ୍ୟରେ ଆରାମ୍ ମିଳିବ ।