ରାସ୍ତାରେ ପାନଛେପ ପକାଉଥିଲେ ବ୍ୟକ୍ତି ! ସିସିଟିଭିରୁ ଧରାପଡି ଘରକୁ ପଠାଗଲା ଇ-ଚାଲାଣ ।

ରାସ୍ତାରେ ପାନଛେପ ପକାଉଥିଲେ ବ୍ୟକ୍ତି ! ସିସିଟିଭିରୁ ଧରାପଡି ଘରକୁ ପଠାଗଲା ଇ-ଚାଲାଣ ।

www.jagran.com

ଗୁଜୁରାଟର ଅହମ୍ମଦାବାଦରେ ଜଣେ ବ୍ୟକ୍ତିଙ୍କୁ ସଡକରେ ଛେପ ପକାଇବା ମହଙ୍ଗା ପଡିଛି । ମହାନଗରପାଳିକା ଉକ୍ତ ବ୍ୟକ୍ତିଙ୍କ ଉପରେ ୧୦୦ ଟଙ୍କାର ଜରିମାନା ଲଗାଇଛନ୍ତିି । ତେବେ ସବୁଠାରୁ ବଡ କଥା ହେଉଛି ବ୍ୟକ୍ତିଙ୍କ ପାଖକୁ ଇ-ଚାଲାଣ ପଠାଯାଇଛି । ଏହାକୁ ଦେଶର ପ୍ରଥମ ମାମଲା ବୋଲି କୁହାଯାଉଛି । ମହାନଗରପାଳିକା ସହରକୁ ସ୍ୱଚ୍ଛ ରଖିବା ପାଇଁ ଦୋଷୀ ଲୋକଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରି ଫଟୋ ଲଗା ଇ-ଚାଲାଣ ପଠାଯାଉଛି । ନିକଟରେ ଏହି ଚାଲାଣ ନରୋଡା ଅଞ୍ଚଳରେ ରହୁଥିବା ମହେଶ୍ କୁମାରଙ୍କୁ ଦିଆଯାଇଛି । ଚାଲାଣ ମୁତାବକ,ମହେଶ୍ କୁମାର ଜୁଲାଇ ୨୫ ତାରିଖରେ ଏକ ଦୋକାନ ସାମ୍ନାରେ ବାଇକ୍ ରଖି ସେଠାରେ ଛେପ ପକାଇଥିଲେ ।

publive-image

ଯାହା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଯାଇଥିଲା । ଏହାପରେ ଅଗଷ୍ଟ ୩ ତାରିଖରେ ମହେଶଙ୍କର ଫଟୋ ଲଗା ଏକ ଇ-ଚାଲାଣ ଜାରୀ କରାଗଲା । ତେବେ ଅଫିସରଙ୍କ କହିବାନୁସାରେ , ଇ-ଚାଲାଣ ଛଡା ଏକ ମାସରେ ୧୦ ହଜାର ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ବାହନର ନମ୍ବରକୁ ଟ୍ରେସ୍ କରି ଏହି ଇ-ଚାଲାଣ ପଠାଯାଉଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe