କନକ ବ୍ୟୁରୋ: ପୁଣି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । କୋରାପୁଟ ଓ ବାଲେଶ୍ୱରରୁ ପୁଣି ୨ ଆକ୍ରାନ୍ତ ଚିହ୍ନଟ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦକ୍ଷିଣ ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଦଶମନ୍ତପୁରର ଜଣେ ୨୨ ବର୍ଷୀୟ ଯୁବ ସ୍ୱାସ୍ଥ୍ୟ କର୍ମୀଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।
2nd Health Update, 27th April
02 New Positive cases.
One positive case in Koraput (Dasmantapur)
22 Yrs Male, Health worker (Asymptomatic)One positive case in Balasore
32 Yrs Male (West Bengal returnee)Total Positive Case: 110
— I & PR Department, Odisha (@IPR_Odisha) April 27, 2020
ସେପଟେ ବାଲେଶ୍ୱରର ୩୨ ବର୍ଷୀୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ । ଉକ୍ତ ଯୁବକ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଛନ୍ତି । ତେବେ ଆଜି ସକାଳେ ବାଲେଶ୍ୱରରେ ଏକାଥରେ ୫ ଜଣ ପଜିଟିଭ ବାହାରିଥିଲେ । ନୂଆ ୫ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ପହଞ୍ଚିଥିବା ବେଳେ ଏବେ ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଠି ।
ତେବେ ଆଜି ଗୋଟିଏ ଦିନରେ ବାଲେଶ୍ୱରରେ ୬ ଓ କୋରାପୁଟରୁ ଜଣେ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ବର୍ତ୍ତମାନ ରାଜ୍ୟରେ ପଜିଟିଭ ସଂଖ୍ୟା ୧୧୦ରେ ପହଞ୍ଚିଲା । ରାଜ୍ୟରେ ମୋଟ ସକ୍ରିୟ ସଂଖ୍ୟା ୭୨ ରହିଥିବା ବେଳେ ଏଯାବତ ୩୭ ଜଣ ସୁସ୍ଥ ହୋଇଛନ୍ତି । କିଛି ସମୟ ପୂର୍ବରୁ ଭୁବନେଶ୍ୱରର ଦୁଇ ଜଣ ସୁସ୍ଥ ହୋଇଥିଲେ ।