Moneycontrol
ଯଦି ଆପଣ କୌଣସି ବ୍ୟାଙ୍କରେ ସେଭିଂ ଆକାଉଂଟ ଖୋଲିଛନ୍ତି ତେବେ ଆପଣଙ୍କୁ ଜ୍ଞାନ ଥିବା ଦରକାର କି ବ୍ୟାଙ୍କ ଆପଣଙ୍କ ଖାତାରେ ନିର୍ଧାରିତ ମିନିମମ ଆକାଉଂଟ ନହେବା ଉପରେ ଆପଣଙ୍କଠାରୁ କେତେ ମାତ୍ରାରେ ଜରିମାନା ଆଦାୟ କରୁଛନ୍ତି । ଆଉ ଏହି ତାଲିକାରେ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ଭଳି ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ଗତବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଏସବିଆଇ ନିଜ ଗ୍ରାହକଙ୍କଠାରୁ ମିନିମମ ବାଲାନ୍ସ ମେଂଟେନ କରିବା ଉପରେ ପାଖାପାଖି ୧୭୭୧ କୋଟି ଟଙ୍କା ଆଦାୟ କରିଛି । ଏଥିପାଇଁ ଆପଣଙ୍କୁ ଜାଣିବା ବହୁତ ଜରୁରୀ କି , ଆପଣଙ୍କୁ ଆପଣଙ୍କ ଖାତାରେ ମିନିମମ ବାଲାନ୍ସ କେତେ ରଖିବା ଦରକାର । ଆଜି ଆମେ ଆପଣଙ୍କୁ ଜଣାଇବୁ କି, ଆପଣ ଆପଣଙ୍କ ଖାତାରେ ଅତି କମରେ କେତେ ଟଙ୍କା ରଖିବେ , ଯାହାଦ୍ୱାରା ଆପଣଙ୍କୁ ଆଉ ଜରିମାନା ଦେବାକୁ ଯେପରି ନପଡେ ।
ଏସବିଆଇ :
ଏସବିଆଇ ଉଭୟ ସହର ଏବଂ ଗ୍ରାମାଂଚଳ ଏବଂ ଅର୍ଦ୍ଦସହରୀ ଶାଖାଗୁଡିକ ପାଇଁ ମିନିମମ ବାଲାନ୍ସ ନିର୍ଧାରିତ କରିଛି ।
ମେଟ୍ରୋ ସହର - ୩୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ ଟଙ୍କା ଆପଣଙ୍କ ଖାତାରେ ରହିଛି ତେବେ ଏଥିପାଇଁ ଆପଣଙ୍କୁ ୧୦ରୁ ୧୫ ଟଙ୍କାର ଜରିମାନା ଏବଂ ଜିଏସଟି ମଧ୍ୟ ଲାଗିବ ।
ଅର୍ଧସହରୀ -୨୦୦୦ଟଙ୍କା, ଯଦି ଏହି ରାଶିରୁ କମ ରହିଛି ତେବେ ୭.୫ ରୁ ୧୨ ଟଙ୍କା ପର୍ୟ୍ୟନ୍ତ ଫାଇନ ଏବଂ ଜିଏସଟି ଲାଗିବ ।
ଗ୍ରାମୀଣ ଅଂଚଳ ପାଇଁ - ୧୦୦୦ଟଙ୍କା, ଯଦି ଏହି ରାଶିଠାରୁ କମ୍ ଟଙ୍କା ଆପଣଙ୍କ ଖାତାରେ ରହିଛି, ତେବେ ଏଥିପାଇଁ ଆପଣ ୫ରୁ ୧୦ ଟଙ୍କା ପର୍ୟ୍ୟନ୍ତ ଫାଇନ ଦେବାକୁ ପଡିବ । ଏଥିସହିତ ହିଁ ଜିଏସଟି ମଧ୍ୟ ଲାଗିବ ।
ଆଇସିଆଇସିଆଇସି :
ଆଇସିଆଇସିଆଇ ଉଭୟ ସହରୀ ଏବଂ ଗ୍ରାମାଂଚଳ ଏବଂ ଅର୍ଧସହରୀ ଶାଖାଗୁଡିକ ପାଇଁ ଏହି ମିନିମମ ବାଲାନ୍ସ ନିର୍ଧାରିତ କରାଯାଇଛି ।
ମେଟ୍ରୋ ଓ ସହରାଂଚଳ ପାଇଁ - ୧୦,୦୦୦ଟଙ୍କା
ଅର୍ଧସହରୀ ପାଇଁ - ୫୦୦୦ଟଙ୍କା
ଗ୍ରାମାଂଚଳ ପାଇଁ -୨୦୦୦ଟଙ୍କା
ମିନିମମ ବାଲାନ୍ସ ଚାର୍ଜେସ୍ :
ଆଇସିଆଇସିଆଇ ବ୍ୟାଙ୍କର ମିନିମମ ବାଲାନ୍ସ ନରଖିବା ଉପରେ ୧୦୦ ଟଙ୍କା ଏବଂ ମିନିମମ ବାଲାନ୍ସକୁ କଭର କରିବାରେ ଯେତେ ଟଙ୍କା କମି ଯାଇଛି , ତାର ୫ ପ୍ରତିଶତ ଯୋଡା ଯାଇ ଜରିମାନା ରାଶି ଦେବାକୁ ହେବ । ଜରିମାନା ରାଶିର ଏହି ନିୟମ ଗ୍ରାମୀଣ ବ୍ୟାଙ୍କକୁ ଛାଡି ଆଇସିଆଇସିଆଇର ସମସ୍ତ ପ୍ରକାର ଶାଖାଗୁଡିକ ପାଇଁ ସମାନ ଭଳି ରହିଛି ।
ଏଚିଡିଏଫସି ବ୍ୟାଙ୍କ :
ମେଟ୍ରୋ ଓ ସହରୀ କ୍ଷେତ୍ରରେ - ୧୦,୦୦୦ ଟଙ୍କା
ଅର୍ଧସହରୀ କ୍ଷେତ୍ରରେ - ୫୦୦୦ ଟଙ୍କା
ଗ୍ରାମୀଣ କ୍ଷେତ୍ରରେ - ୨୫୦୦ଟଙ୍କା
ମିନିମମ ବାଲାନ୍ସ ଚାର୍ଜେସ
ଏଚଡିଏଫସି ନିୟମ ଅନୁସାରେ, ଉଭୟ ମେଟ୍ରୋ ଏବଂ ସହରାଂଚଳରେ ଯେଉଁ ବ୍ୟକ୍ତିଙ୍କ ଖାତାରେ ସାଢେ ୭ ହଜାରରୁ ୧୦ ହଜାର ମଧ୍ୟରେ ବାଲାନ୍ସ ରହିଛି । ତାଙ୍କୁ ୧୫୦ ଟଙ୍କା ଏବଂ ଟ୍ୟାକ୍ସ ଯୋଡା ଯାଇ ଜରିମାନା ଦେବାକୁ ପଡିଥାଏ । ସେହିପରି ଯେଉଂ ବ୍ୟକ୍ତିଙ୍କ ଖାତାରେ ୫ ହଜାରରୁ ସାଢେ ୭ ହଜାର ପର୍ୟ୍ୟନ୍ତ ଟଙ୍କା ରହିଥିବ ତାଙ୍କୁ ୩୦୦ ଟଙ୍କା ଟ୍ୟାକ୍ସ ସହ ମିଶାଇ ଜରିମାନା ଦେବାକୁ ପଡିବ ।
ଏହାବ୍ୟତୀତ ଅର୍ଧସହରୀ କ୍ଷେତ୍ର ପାଇଁ ମିନିମମ ବାଲାନ୍ସକୁ ଆଧାର କରି ୧୫୦ରୁ ୩୦୦ ଟଙ୍କା ସହ ଟ୍ୟାକ୍ସ ଦେବାକୁ ପଡିବ । ସେହିପରି ଗ୍ରାମାଂଚଳରେ ଯଦି କୌଣସି ବ୍ୟକ୍ତିର ଖାତାରେ ୧୦୦୦ରୁ ୨୫୦୦ ପର୍ୟ୍ୟନ୍ତ ଟଙ୍କା ରହିଛି । ତେବେ ତାଙ୍କୁ ୨୭୦ଟଙ୍କା ସହ ଟ୍ୟାକ୍ସ ଦେବାକୁ ହେବ । ଯଦି ଏହି ରାଶି ୧୦୦୦ ଟଙ୍କାରୁ କମ ରହିଛି ତେବେ ତାଙ୍କୁ ୪୫୦ ଟଙ୍କା ଏବଂ ଟ୍ୟାକ୍ସ ଦେବାକୁ ହେବ ।
Follow Us
/kanak/media/post_attachments/wp-content/uploads/2018/10/SBI-1-300x187.jpg)
/kanak/media/post_attachments/wp-content/uploads/2018/10/more-banks-1_junaid-4-300x205.jpg)
/kanak/media/post_attachments/wp-content/uploads/2018/10/26_04_2018-hdfc-300x200.jpg)