କନକବ୍ୟୁରୋ : ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ । ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ । ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ଏମକେସିଜି ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କ ଏମ୍ସ ସ୍ଥାନାନ୍ତରିତ କରାଯାଇଛି । ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ ।

ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ନିର୍ବାଚନ ସମୟରେ ଆୟକର ବିଭାଗ ସକ୍ରିୟ ହୋଇଛି । ଏହି ବ୍ୟାଗରେ ଭର୍ତି ହୋଇ ଆସିଥିଲା ପୁଳା ପୁଳା ଟଙ୍କା । ୮ଘଂଟା ଧରି ଟଙ୍କା ଗଣିବା ପରେ ଖାଲି ବ୍ୟାଗ ନେଇ ଫେରୁଛନ୍ତି ଆୟକର ବିଭାଗର ଅଧିକାରୀ । ବ୍ୟାଗର ଆକାରରୁ ଅନୁମାନ କରନ୍ତୁ ପାଂଚ ଶଡ ଟଙ୍କିଆ ବଣ୍ଡଲ କେତେ ଆସିଥିବ । ଆଉ ତାର ପରିମାଣ କେତେ ହୋଇଥିବ । ତେବେ ରେଡ୍ ସମ୍ପର୍କିତ ତଥ୍ୟ ଜାଣିବାକୁ ଚାହିଁଥିଲେ ବି କୌଣସି ପ୍ରତିକ୍ରିୟା ନଦେଇ ଚାଲି ଯାଇଛନ୍ତି ଆୟକର ବିଭାଗର ଅଧିକାରୀ ।

ରହସ୍ୟରେ ରହିଛି କଳାଟଙ୍କାର କଳାକାହାଣୀ । ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ଟଙ୍କା କାହାର, କେଉଁଠୁ ଆସିଥିଲା? କିଏ ଆଣିଥିଲା? କେଉଁଠିକୁ ଯାଇଥାନ୍ତା? ଆଉ କେବେଠୁ କାରବାର ହେଉଥିଲା ? ସେ ନେଇ ଆୟକର ବିଭାଗ କିଛି ସୂଚନା ଦେଇନାହିଁ । ରାଜନୀତିର ରଣକ୍ଷେତ୍ରରେ ଭୋଟରଙ୍କୁ ଟଙ୍କା ଦେଇ ରାଜନେତା ପ୍ରଭାବିତ କରନ୍ତି ବୋଲି ସବୁବେଳେ ଚର୍ଚ୍ଚା ହୁଏ । ଆଉ ଏବେ ନିର୍ବାଚନ ସମୟରେ ପୁଳା ପୁଳା ଟଙ୍କା ଜବତ ହେବା ସନ୍ଦେହକୁ ବଢ଼ାଉଛି । ଏହି ଟଙ୍କାକୁ ନିର୍ବାଚନରେ ବ୍ୟବହାର ପାଇଁ ଅଣାଯାଉଥିବା ଆଶଙ୍କା କରାଯାଉଛି । ହେଲେ, ଟଙ୍କାର ପରିମାଣ କେତେ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ଏହାର ପରିମାଣ ୫କୋଟିରୁ ବହୁତ ଅଧିକ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଯାଜପୁରର ନିହାର ନାମକ ଜଣେ କଂଟ୍ରାକ୍ଟରଙ୍କ ଗାଡିରୁ ଏହି ଟଙ୍କା ଜବତ କରିଛି ଆୟକର ବିଭାଗ ।